ରାଉରକେଲା : ରାଉରକେଲା ଟିସ୍କୋ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି। ଖାଦାନ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇ ଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସୂଚନା ଅନୁଯାୟୀ, ଏକ ଖାଦାନକୁ ଦୁଇ ଜଣ ଗାଧୋଇବାକୁ ଯାଇଥିଲେ। ପଥର ଖାଦାନରେ ପାଣି ଅଧିକ ଥିବା କାରଣରୁ ଗାଧୋଉଥିବା ବେଳେ ସେମାନେ ବୁଡି ଯାଇଥିଲେ । ଘଟଣାସ୍ଥଳରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଅନ୍ୟ ଜଣେ ନିଖୋଜ ରହିଥିବା ଜଣାପଡ଼ିଛି।
Popular Categories



