ନୂଆଦିଲ୍ଲୀ : ୭୦ଦଶକରେ ମୁକ୍ତିଲାଭ କରିଥିବା ହଲିଉଡର ବ୍ଲକବଷ୍ଟର ଗ୍ୟାଙ୍ଗଷ୍ଟାର ଚଳଚ୍ଚିତ୍ର ଦି ଗଡ଼ଫାଦର-୨ରେ ଅଭିନୟ କରିଥିବା ହଲିଉଡ ଅଭିନେତା ଡ଼ାନୀ ଏଲୋଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଏହି ଦୁଃଖଦ ଘଟଣା ଡ଼ାନୀଙ୍କ ପରିବାର ପକ୍ଷରୁ ଦିଆଯାଇଛି।
ଡ଼ାନୀ ଏଲୋ ୧୯୩୩ମସିହା ଜୁନ ୨୦ରେ ଆମେରିକାର ନ୍ୟୁୟର୍କରେ ଜନ୍ମ ଗ୍ରହଣ କରିଥିଲେ। ସେ ତାଙ୍କର ହଲିଉଡ କ୍ୟାରିୟରରେ ଅନେକ ସିନେମାରେ ଅଭିନୟ କରିଛନ୍ତି। ସେଥିରୁ ଅଧିକାଂଶ ସିନେମା ବ୍ଲକ ବଷ୍ଟର ମଧ୍ୟ ହୋଇଛି। କେବଳ ସିନେମା ନୁହେଁ ଅନେକ ପପୁଲାର ଟିଭି କାର୍ୟ୍ୟକ୍ରମରେ ମଧ୍ୟ ସେ ଭାଗ ନେଇଥିଲେ।
“ଦି ଗଡ଼ଫାଦର-୨”ର ହଲିଉଡ଼ ଅଭିନେତା ଡ଼ାନୀ ଏଲୋଙ୍କ ପରଲୋକ
Popular Categories



