www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶରେ ବଢିଲା ସଂକ୍ରମଣ; ୯୧୯୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କୋଭିଡର ତୃତୀୟ ଲହର ଆସିବା ଏବଂ ଫେବ୍ରୁଆରୀରେ ଏହା ଶିଖର ଛୁଇଁବା ନେଇ କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ କରାଇଦେଇଥିବାବେଳେ ଦେଶରେ ପୁଣି ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୧୯୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ୭୩୪୭ ଜଣ ସୁସ୍ଥ ହୋଇଛନ୍ତି। କୋଭିଡରୁ ଆରୋଗ୍ୟ ହାର ୯୮.୪୦% ରହିଛି। ଅନ୍ୟପକ୍ଷରେ ଦୈନିକ ସଂକ୍ରମଣ ହାର ୦.୭୯% ଏବଂ ସାପ୍ତାହିକ ହାର ୦.୬୮% ରହିଛି। ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୪୨,୫୧,୨୯୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୭୭,୦୦୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଦେଶରେ ଏଯାଏ ମୋଟ ୬୭.୫୨ କୋଟି ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ୧୪୩.୧୫ କୋଟି ପାନ ଟିକା ଦିଆଯାଇସାରିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିକଟରେ ସଂପ୍ରତି ୧୬.୬୭ କୋଟି ପାନ ଟିକା ମହଜୁଦ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories