www.samajalive.in
Monday, December 8, 2025
13.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବି, ଦାବି ପୂରଣ ନହେଲେ ଡିସେମ୍ବର ୧୫ରୁ ଭୁବନେଶ୍ୱରରେ ଧାରଣା

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କୋଭିଡ କେୟାର ହୋମ (ସିସିଏଚ) ମାନଙ୍କରେ କାର୍ୟ୍ୟରତ କରୋନା ଯୋଦ୍ଧାମାନେ କୋଭିଡ ଯୋଦ୍ଧା ଚି଼ଟେଡ଼ ଫୋରମର ରାଜ୍ୟ ସଭାପତି ଇଂ ଦେବାଶିଷ ହୋତାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦୁଇ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାର ରାଜ୍ୟବାସୀଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ତୁରନ୍ତ ୫୦୦ କୋଟି ଟଙ୍କାର ବାର୍ଷିକ ଅତିରିକ୍ତ ବଜେଟ ଉପସ୍ଥାପନା କରି ସମସ୍ତ ସିସିଏଚ ଗୁଡିକୁ ପଂଚାୟତ ହେଲଥ କେୟାର ହୋମ(ପିଏଚସିଏଚ)ରେ ରୂପାନ୍ତରିତ କରିବା, କରୋନା ଯୋଦ୍ଧାମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ସରକାର ଯେ ପର୍ୟ୍ୟନ୍ତ ସେମାନଙ୍କ ଦାବିଗୁଡିକ ପୂରଣ ନ କରନ୍ତି, ସେ ଯାଏ ସିସିଏଚ ଗୁଡିକରେ କାମ କରୁଥିବା କୌଣସି କରୋନା ଯୋଦ୍ଧାଙ୍କୁ ଛଟେଇ ନ କରିବା କିମ୍ବା ଯଦି ପୂର୍ବରୁ ଛଟେଇ କରିସାରିଛନ୍ତି ତେବେ ପୁନଃ ନିଯୁକ୍ତି ଦେବାପାଇଁ ସମସ୍ତ ଜିଲ୍ଲାପାଳ ଓ ସିଡିଏମମାନଙ୍କୁ ତୁରନ୍ତ ନିର୍ଦେଶ ଦେବାପାଇଁ କାର୍ୟ୍ୟରତ କରୋନା ଯୋଦ୍ଧାମାନେ ଦାବି କରିଛନ୍ତି । ସରକାର ଉପରୋକ୍ତ ଦାବିଗୁଡିକୁ ଯଦି ତୁରନ୍ତ ପୂରଣ ନ କରନ୍ତି ତେବେ ସେମାନେ ବାଧ୍ୟ ହୋଇ ଆସନ୍ତା ଡିସେମ୍ବର ୧୫ ତାରିଖଠାରୁ ଦାବି ପୂରଣ ହେବାଯାଏ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, କାର୍ୟ୍ୟରତ କରୋନା ଯୋଦ୍ଧାମାନେ ସ୍ୱଳ୍ପ ଦରମାରେ ଗାଁ ଗାଁ ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାବ ସଂଗ୍ରହ, ଆଣ୍ଟିଜେନ ଟେଷ୍ଟ ଆଦି କରିବା ସହିତ ଔଷଧ ବିତରଣ କରିଥିବାରୁ କରୋନା ପ୍ରଭାବ ନିୟନ୍ତ୍ରଣ ହୋଇ ପାରିଛି। ଓଡିଶା ଏକ ଗ୍ରାମୀଣ ରାଜ୍ୟ ହୋଇଥିବାରୁ ଭୌଗଳିକ ଦୃଷ୍ଟି କଣରୁ ଗରିବ ଲୋକମାନେ ନିଜ ପଂଚାୟତରେ ସହଜ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଉଛନ୍ତି । ତେଣୁ ପ୍ରତ୍ୟେକ ପଂଚାୟତରେ ପିଏଚସିଏଚ ସ୍ଥାପନ ପାଇଁ ଦାବି କରାଯାଇଛି । ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ପଟନାୟକଙ୍କୁ ଏହି ଦାବି ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ କଳ୍ପନା ନାୟକ, ସୁଷମା ନାୟକ, ପଦ୍ମାବତୀ ଦାସ, ଅଞ୍ଜଳି ନାୟକ, ପୁଷ୍ପାଞ୍ଜଳି ନାୟକ, ସଞ୍ଜିତା ସାମନ୍ତରାୟ, ଜଗନ୍ନାଥ ସୁନା, ସବିତା ପାଢ଼ୀ, ମିନତୀ ପ୍ରଭା ଗୌଡ଼ଙ୍କ ସମେତ କାର୍ୟ୍ୟରତ କରୋନା ଯୋଦ୍ଧା ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories