www.samajalive.in
Sunday, December 7, 2025
18.1 C
Bhubaneswar

ବ୍ରହ୍ମପୁରରେ ବିମାନବନ୍ଦର ଏବଂ ନୟାଗଡ଼-ଗୋପାଳପୁର ରେଳପଥ ପାଇଁ ଦାବୀ

ବୁଗୁଡ଼ା : ବ୍ରହ୍ମପୁରରେ ବିମାନ ବନ୍ଦର ସହ ନୟାଗଡ଼ ଠାରୁ ବୁଗୁଡ଼ା, ପୋଲସରା ଓ ପୁରୁଷୋତ୍ତମପୁର ଦେଇ ଗୋପାଳପୁର ପର୍ୟ୍ୟନ୍ତ ରେଳପଥ ନିର୍ମାଣ ଏବଂ ଗୋପାଳପୁର ଠାରୁ ପାରାଦ୍ବୀପ ପର୍ୟ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ କରିବା ପାଇଁ ବୁଗୁଡ଼ା ବାର ଆସୋସିଏସନ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ କାମରେ ଆସିଥିବା ବେଳେ ୨୦୦୮ରେ ୪୯ଟି ସ୍ଵଳ୍ପ ମୂଲ୍ୟ ବିମାନ ବନ୍ଦର ତାଲିକାରେ ବ୍ରହ୍ମପୁରକୁ ସାମିଲ୍ କରାଯାଇଥିଲା। ୨୦୧୬ରେ ପ୍ରାକ୍ତନ ନାଗରିକ ଉନ୍ନୟନ ମନ୍ତ୍ରୀ ଅଶୋକ ଗଜପତି ରାଜୁ ବ୍ରହ୍ମପୁରଠାରେ ଘରୋଇ ଓ ପଣ୍ୟବାହୀ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଥିବା ଏବଂ ୨୦୨୦ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ହେଁ ତାହାକୁ କାର୍ୟ୍ୟକାରୀ କରା ନ ଯାଇ ରାଉରକେଲା, ଧାମରା ଓ ଜୟପୁର ଆଦି ବ୍ରହ୍ମପୁରଠାରୁ ଛୋଟ ସହରରେ ବିମାନ ବନ୍ଦର ପାଇଁ ଯୋଜନା ଚାଲିଥିବା ପରିତାପର ବିଷୟ ବୋଲି ସ୍ଥାନୀୟ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।

ଏକ ସର୍ଭେ ଅନୁଯାୟୀ, ଭୁବନେଶ୍ବର ବିମାନ ବନ୍ଦରର ୪୦% ଓ ବିଶାଖାପାଟଣା ବିମାନ ବନ୍ଦରର ୨୫% ଯାତ୍ରୀ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ତଥା ବ୍ରହ୍ମପୁର ସହର ଭୁବନେଶ୍ୱରଠାରୁ ୧୮୦ ଏବଂ ବିଶାଖାପାଟଣା ଠାରୁ ୨୬୫ କିଲୋମିଟର ଅଟେ । ବ୍ରହ୍ମପୁର ବାଣିଜ୍ୟିକ ସହରର ଜନସଂଖ୍ୟା ୭ଲକ୍ଷରେ ପହଞ୍ଚିଥିବା ବେଳେ ସହର ନିକଟରେ ଆର୍ମି ଏୟାର ଡିଫେନ୍ସ କଲେଜ, ଭାରତୀୟ ବିରଳ ମୃତ୍ତିକା, ଭାରତୀୟ ତଟରକ୍ଷୀ କେନ୍ଦ୍ର, ଚିଲିକା ନୌସେନା ପ୍ରଶିକ୍ଷଣ କେନ୍ଦ୍ର, ଗୋପାଳ ପୁର ବନ୍ଦର ସମେତ ବହୁ ଶିକ୍ଷାନୁଷ୍ଠାନ ଓ ଛୋଟ ବଡ ଶିଳ୍ପାନୁଷ୍ଠାନ ରହିଥିଲେ ହେଁ ଓଡିଶା ସରକାର ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ନେଇ ପଦକ୍ଷେପ ନେଉ ନଥିବାରୁ ବୁଗୁଡ଼ା ବାର ଆସୋସିଏସନ ସମେତ ଡିଭାଇନ ଟ୍ରଷ୍ଟ, ଓଡ଼ିଶା ଡେଭଲମେଣ୍ଟ ଫୋରମ୍, ଆଦି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories