www.samajalive.in
Saturday, December 6, 2025
16.1 C
Bhubaneswar

ଆରବ ସାଗରରେ ସୃଷ୍ଟି ହୋଇପାରେ ୨୦୨୧ର ପ୍ରଥମ ବାତ୍ୟା

ଚଳିତବର୍ଷର ପ୍ରଥମ ବାତ୍ୟା ଆରବ ସାଗରେ ସୃଷ୍ଟି ହୋଇପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଆସନ୍ତା ୧୬ ତାରିଖ ମଧ୍ୟରେ ଆରବସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଆଇଏମଡି ଆକଳନ କରିଛି।

ଯଦି ପୂର୍ବାନୁମାନ ସତ ହୁଏ, ତେବେ ଏହା ଚଳିତବର୍ଷର ପ୍ରଥମ ବାତ୍ୟା ହେବ। ଏହି ବାତ୍ୟା ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେବ। ମ୍ୟାନ୍‌ମାର ପକ୍ଷରୁ ଏହି ବାତ୍ୟାର ନାମ ‘ତୌକ୍ତ‘ ରଖାଯାଇଛି। ସାଧାରଣତଃ ମେ ମାସରେ ଏହି ସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଥାଏ।

- Advertisement -

ସାମୁଦ୍ରିକ ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଲାକ୍ଷାଦ୍ବୀପ, କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଆସନ୍ତା ଗୁରୁବାରଠାରୁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷ ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଆଇଏମଡି ସୂଚନା ଅନୁସାରେ, ଆସନ୍ତା ୧୪ ତାରିଖ ସକାଳେ ଦକ୍ଷିଣ-ପୂର୍ବ ଆରବ ସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ପରେ ଏହା ଲକ୍ଷାଦ୍ବୀପ ନିକଟ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେବ। ମେ ୧୬ ତାରିଖ ବେଳକୁ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବୋଲି ଆଇଏମଡି ପକ୍ଷରୁ ଜାରି ବିବୃତିରେ ଦର୍ଶାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories