www.samajalive.in
Wednesday, December 10, 2025
26.1 C
Bhubaneswar

ଆସୁଛି ବାତ୍ୟା, ଫସଲ ସୁରକ୍ଷା ଉପଦେଶାବଳୀ ଜାରି

ଭୁବନେଶ୍ୱର: ପାଣିପାଗ ବିଭାଗ ପକ୍ଷରୁ ଜାରି ବାର୍ତ୍ତା ଅନୁଯାୟୀ ଡିସେମ୍ବର ୩ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇ ୪ ତାରିଖ ସକାଳେ ଦକ୍ଷିଣ-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବାର ସୂଚନା ମିଳିଛି। ଏହା ପ୍ରଭାବରେ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ। ଏହା ପରଦିନ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ କୃଷି ଓ ଉଦ୍ୟାନକୃଷି ବିଭାଗର ସମସ୍ତ ଅଧିକାରୀଙ୍କୁ ମୁଖ୍ୟାଳୟରେ ରହିବାକୁ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦେଶ ଦେଇଛନ୍ତି। ଫସଲ ସୁରକ୍ଷା ଉପଦେଶାବଳୀ ଆସନ୍ତା ଦୁଇଦିନ ମଧ୍ୟରେ କମ୍ୟୁନିଟି ରେଡିଓ ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କାର୍ଯ୍ୟ ଶେଷ କରିବାକୁ ସେ ନିର୍ଦେଶ ଦେଇଛନ୍ତି।

ଏବେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ୯୦% ଏବଂ ଅଭ୍ୟନ୍ତରୀଣ ଜିଲାଗୁଡ଼ିକରେ ୫୦% ଧାନ କଟା ହେବାକୁ ବାକି ଅଛି। ମଧ୍ୟମ କିସମ ଧାନ କଟା, କପା ତୋଳା ଚାଲିଥିବା ବେଳେ ମୁଗ, ବିରି ଓ ପନିପରିବା ବିହନ ବୁଣା ଚାଲିଛି।
ଏଥିପାଇଁ ଜାରି ଉପଦେଶାବଳୀ ଅବଲମ୍ବନ କରିବାକୁ କୃଷି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଶତକଡ଼ା ୮୫ ଭାଗ ପାଚି ଯାଇଥିବା ଧାନ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖିବା, କଟା ହୋଇଥିବା ଧାନ ବେଙ୍ଗଳା କରିବା କିମ୍ବା ସମସ୍ତ ଧାନ ଅମଳ ସମ୍ଭବ ନହେଲେ ପଲିଥିନ ଘୋଡ଼ାଇ ସୁରକ୍ଷିତ ରଖିବାକୁ କୁହାଯାଇଛି। ଧାନ ଜମିରୁ ବଳକା ପାଣି ନିଷ୍କାସନ ପାଇଁ ନାଳି କରିବା, ଧାନ ଗଛ ପଡ଼ି ଯାଇଥିଲେ ହଳା କରି ଠିଆ କରିବା ଓ ଧାନ କାଟି ବିଲରେ ନ ଶୁଖାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ବର୍ଷା ସମୟରେ କୀଟନାଶକ ସିଞ୍ଚନ ନ କରିବା, ମୁଗ, ବିରି ଓ ପନିପରିବା ଫସଲରେ ପାଣି କାଟିବା ବ୍ୟବସ୍ଥା ସହ ବର୍ଷା ପରବର୍ତ୍ତୀ ସମୟରେ ରୋଗ ପୋକ ସର୍ବେକ୍ଷଣ କରି ପ୍ରତିଷେଧକ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କପା ଫସଲରେ ପାକଳ ହୋଇଥିବା ବକରାଗୁଡ଼ିକୁ ତୋଳି ସୁରକ୍ଷିତ ସ୍ଥାନକୁ ନେବା ଏବଂ ବର୍ଷାର ତିନି ଚାରିଦିନ ପରେ ଖରାରେ ଶୁକାଇବା ପାଇଁ ବିଭାଗ କହିଛି। ସମସ୍ତ ରବି ଫସଲ ବିଶେଷ କରି ଆଳୁ ଲଗାଇବା କାର୍ଯ୍ୟ ସାମୟିକ ସ୍ଥଗିତ ରଖିବା, ରବି ଫସଲରେ ଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରିବା ସହ କୀଟନାଶକ ସିଞ୍ଚନ ଓ ଜଳସେଚନ ସାମୟିକ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି। ଆଭାସି ବ୍ୟବସ୍ଥାରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଜିଲାସ୍ତରୀୟ ଅଧିକାରୀ ଭାଗ ନେଇଥିଲେ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories