www.samajalive.in
Friday, December 5, 2025
23.1 C
Bhubaneswar

ବାତ୍ୟା ଥୟ; ପ୍ରଭାବ ଅସ୍ପଷ୍ଟ

ଭୁବନେଶ୍ବର: ମାଲାକ୍କା ସମୁଦ୍ର ଅଞ୍ଚଳ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହା ଅଧିକ ଘନୀଭୂତ ହୋଇ ଆଗାମୀ ୨୪ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗର ଉପରେ ଗୋଟିଏ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହେବ। ପୁଣି ଅଧିକ ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାରେ ପରିଣତ ହେବ ବୋଲି ଭାରତ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ତାହା ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ।

ଏନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ଉପରେ ଆଇଏମଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ.ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ବାତ୍ୟା ଆକଳନ କରାଯାଇଥିଲେ ମଧ୍ୟ ଓଡ଼ିଶା ଉପରେ କ’ଣ ପ୍ରଭାବ ପଡ଼ିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ କରାଯାଇନାହିଁ। ଯଦି କିଛି ଆକଳନ କରାଯାଏ ତେବେ ଆଗାମୀ ଦିନରେ ସ୍ପଷ୍ଟ କରାଯିବ ବୋଲି ସେ କହିଛନ୍ତି। କିନ୍ତୁ ଆଇଏମଡି ତାମିଲନାଡୁ, କେରଳ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ବର୍ଷା ସତର୍କତା ଜାରି କରିଛି। ଓଡ଼ିଶା ଉପରେ ବର୍ଷା ପ୍ରଭାବ ନେଇ କୌଣସି ସୂଚନା ଦେଇନାହିଁ।

- Advertisement -

ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ମାଲାକ୍କା ପ୍ରଣାଳୀ ସିଷ୍ଟମଟି ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତ ରୂପ ନେଇପାରେ। ଯଦି ବାତ୍ୟା ରୂପ ଧାରଣ କରେ ତେବେ ସମୁଦ୍ର ଭିତରେ ଦୁର୍ବଳ ହୋଇଯିବା ଅଧିକ ସମ୍ଭାବନା ରହିଛି। ଭାରତ ଉପକୂଳ ଆଡ଼କୁ ମୁହଁାଇବାର ସମ୍ଭାବନା କମ ରହିଛି। ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୭ କିମ୍ବା ୨୮ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ତାମିଲନାଡୁ କିମ୍ବା ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବାର ପ୍ରାରମ୍ଭିକ ଆକଳନ କରାଯାଉଛି। ଯଦି ତାମିଲନାଡୁରେ ସ୍ଥଳଭାଗ ଅତିକ୍ରମ କଲା, ତେବେ ଦକ୍ଷିଣ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବନାହିଁ। ଯଦି ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଅତିକ୍ରମ କରୁଛି ତେବେ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷାର ସମ୍ଭାବନା ରହିଛି।

ଆସନ୍ତା ୨୭ତାରିଖ ବେଳକୁ ଓଡ଼ିଶା ଉପରେ କ’ଣ ପ୍ରଭାବ ପଡ଼ିବ ତାହା ସ୍ପଷ୍ଟ ହୋଇଯିବ। ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି, ମାଲାକ୍କା ପ୍ରଣାଳୀ ଏବଂ ଶ୍ରୀଲଙ୍କା ସିଷ୍ଟମ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ମିଶିଯିବେ। ଦୁଇଟି ସିଷ୍ଟମର ଏକତ୍ରିକରଣ ପ୍ରକ୍ରିୟା କେତେ ଘଣ୍ଟା ଚାଲିବ, କେତେଦୂର ଘନୀଭୂତ ହେଉଛି ଏବଂ ତୀବ୍ରତା କ’ଣ ରହିବ ବର୍ତ୍ତମାନ ସ୍ପଷ୍ଟ ହୋଇପାରୁ ନାହିଁ। ମଡେଲ ଗୁଡ଼ିକର ଆକଳନ ଭିନ୍ନ ଆସୁଥିବାରୁ ବାତ୍ୟା ସୃଷ୍ଟି ହେଲାପରେ ୨୭ତାରିଖ ବେଳକୁ ସ୍ପଷ୍ଟ ଆକଳନ କରାଯାଇ ପାରିବ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories