www.samajalive.in
Friday, December 5, 2025
23.1 C
Bhubaneswar

୭ ଜିଲାରେ ଧରାପଡ଼ିଲେ ୧୭୬୯ ଉଲ୍ଲଙ୍ଘନକାରୀ

ଭୁବନେଶ୍ୱର: ଅପରାଧୀଙ୍କ ଗତିବିଧି ହ୍ରାସ ଲାଗି ପାଟ୍ରୋଲିଂ ଓ ନାକାବନ୍ଦୀ କରି ଯାଞ୍ଚ ପ୍ରକ୍ରିୟାକୁ ପୁଲିସ ଜୋରଦାର କରିଛି। ବିଭିନ୍ନ ଜିଲାରେ ନାକା କରି ପୁଲିସ ଜଗିବା ସହ ଗାଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରୁଛି। ରବିବାର ରାତିରେ କେନ୍ଦ୍ରାଞ୍ଚଳ ରେଞ୍ଜରେ ଆସୁଥିବା ୭ଟି ଜିଲାରେ ବଡ଼ଧରଣର ଧରପଗଡ଼ କରାଯାଇଛି। ନିୟମ ଉଲ୍ଲଙ୍ଘନ କରୁଥିବା ୧୭୬୯ ଗାଡ଼ି ନାକାରେ ଧରାପଡ଼ିଛନ୍ତି। ଅମାନିଆଙ୍କଠାରୁ ୬ ଲକ୍ଷ ୬୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ନୟାଗଡ଼ ଜିଲାରେ ସର୍ବାଧିକ ଓ ଜଗତସିଂହପୁର ଜିଲାରେ ସର୍ବନିମ୍ନ ଉଲ୍ଲଙ୍ଘନକାରୀ ଧରାପଡ଼ିଛନ୍ତି।

ତଥ୍ୟ ଅନୁଯାୟୀ, ନୟାଗଡ଼ରେ ୫୯୩ ଉଲ୍ଲଙ୍ଘନକାରୀଙ୍କଠାରୁ ୭୮ ହଜାର, ପୁରୀରେ ୫୪୦ ଜଣଙ୍କ ଠାରୁ ୧ ଲକ୍ଷ ୧୩ହଜାର, ଯାଜପୁରରେ ୩୩୬ ଜଣଙ୍କ ଠାରୁ ୪୨ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସେହିପରି କେନ୍ଦ୍ରାପଡ଼ାରେ ୧୬୩ ଜଣଙ୍କ ଠାରୁ ୯ହଜାର, ଖୋର୍ଦ୍ଧାରେ ୬୦ଜଣଙ୍କ ଠାରୁ ୩ ଲକ୍ଷ ୬୮ହଜାର ଟଙ୍କା, କଟକରେ ୫୨ଜଣଙ୍କ ଠାରୁ ୨୦, ୫୦୦ ଟଙ୍କା ଓ ଜଗତସିଂହପୁରରେ ୨୫ଜଣଙ୍କ ଠାରୁ ୩୪ ହଜାର ଟଙ୍କା ଆଦାୟ ହୋଇଛି। ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା କାରଣରେ ରାତିରେ ବୁଲିବା, ବିନା ହେଲ୍‌ମେଟ୍‌ରେ ଗାଡ଼ି ଚାଳନା, ଭୁଲ ରାସ୍ତାରେ ଗାଡ଼ି ଚଳାଇବା, ଡ୍ରାଇଭିଂ ଲାଇସେନ୍ସ ନଥିବା ଚାଳକ ଧରାପଡ଼ିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories