www.samajalive.in
Monday, December 8, 2025
13.1 C
Bhubaneswar

ଓଡ଼ିଶାକୁ କେନ୍ଦ୍ରର ଅତିରିକ୍ତ ‘ଫଣି’ ସହାୟତା ରାଶି ମଂଜୁର, ମିଳିଲା ୩,୩୩୮.୨୨ କୋଟି

ନୂଆଦିଲ୍ଲୀ : ସାମୁଦ୍ରିକ ବାତ୍ୟା ‘ଫଣି’ କ୍ଷୟକ୍ଷତି ବାବଦକୁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଓଡ଼ିଶାକୁ ୩,୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ମଞ୍ଜୁର କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ବାବଦରେ ଓଡ଼ିଶାକୁ ପୂର୍ବରୁ ମିଳିଥିବା କେନ୍ଦ୍ରୀୟ ଅନୁଦାନକୁ ତୁଳନା କଲେ ସାମୁଦ୍ରିକ ବାତ୍ୟା ଫଣି କ୍ଷୟକ୍ଷତିକୁ ସର୍ବାଧିକ ସହାୟତା ରାଶି ମିଳିଛି।

ମଙ୍ଗଳବାର କେନ୍ଦ୍ର ଗୃହ ବ୍ୟାପର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ କର୍ଣ୍ଣାଟକ ଓ ହିମାଚଳ ପାଇଁ ମଧ୍ୟ ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯାଇଛି। ମରୁଡ଼ିପୀଡ଼ିତ କର୍ଣ୍ଣାଟକକୁ ୧,୦୨୯.୩୯ କୋଟି ଏବଂ ବୃଷ୍ଟିପାତ ଓ କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହିମାଚଳ ପ୍ରଦେଶକୁ ୬୪.୪୯ କୋଟିର ଅତିରିକ୍ତ ସହାୟତା ଘୋଷଣା କରାଯାଇଛି। ପୂର୍ବରୁ ଫଣି ବାତ୍ୟାକୁ ମୁକାବିଲା କରିବାକୁ ଓଡ଼ିଶାକୁ ୩୪୦ କୋଟି ଟଙ୍କାର ଆଗୁଆ ସହାୟତା କେନ୍ଦ୍ର ସରକାର ପ୍ରଦାନ କରିଥିଲେ। ବାତ୍ୟା ପରେ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଇ ୬ରେ ୧ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ‘ଫଣି’ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିଲା। ବାତ୍ୟା ଫଣି ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶାରେ ୭୧ଟି ଏନ୍‌ଡିଆରଏଫ ଟିମ, ୧୯ କଲମ ସ୍ଥଳସେନା, ୯ଟି ଇଞ୍ଜିନିୟରିଂ ଟାସ୍କ ଫୋର୍ସ,
୨୭ଟି ବିମାନ ଓ ହେଲିକପ୍ଟର ଏବଂ ୧୬ଟି ଜାହଜ ମୁତୟନ କରାଯାଇ ପୁନରୁଦ୍ଧାର, ଥଇଥାନ ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା। ବାତ୍ୟା ପୂର୍ବରୁ ୧୫.୫ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନନ୍ତର କରାଯିବା ସହ ବିଦ୍ୟୁତ ଓ ସଞ୍ଚାର ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଜେନେରେଟର, ଲୁହା ଖୁଣ୍ଟ ଓ କୁଶଳୀ କାରିଗର ଯୋଗାଇ ଦିଆଯାଇଥିଲା ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି। ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର କୃଷି, ଗ୍ରାମ୍ୟ ବିକାଶ ଓ ପଞ୍ଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସମେତ ନୀତି ଆୟୋଗ, ଗୃହ, ଅର୍ଥ ଓ କୃଷି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ରାଜ୍ୟ ବିଜେପିର ଧନ୍ୟବାଦ
ଭୁବନେଶ୍ୱର, ୨୦ା୮ (ନି.ପ୍ର):କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ଏନଡିଆର୍ଏଫ ପାଣ୍ଠିରୁ ଓଡିଶାକୁ ଫଣି ସହାୟତା ବାବଦକୁ ଅତିରିକ୍ତ ୩୩୩୮.୨୨ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଛି। କେନ୍ଦ୍ରର ଓଡିଶା ପ୍ରତି ଏହି ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କୁ ରାଜ୍ୟ ସଭାପତି ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଫଣି ବାତ୍ୟାର ମୁକାବିଲା ପାଇଁ ଓଡିଶାକୁ ଆଗୁଆ ୩୪୧ କୋଟି ଟଙ୍କାର ସହାୟତା ଯୋଗାଇଥିଲେ। ବାତ୍ୟା ପରେ ଓଡିଶାରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଆକାଶ ମାର୍ଗରୁ ସର୍ବେକ୍ଷଣ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି ୧୦୦୦ କୋଟିର ସହାୟତା ପ୍ରଦାନ କରିଥିଲେ। ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏହି ଅକୁଣ୍ଠ ସହାୟତା ପାଇଁ ରାଜ୍ୟ ବିଜେପି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories