www.samajalive.in
Saturday, December 6, 2025
16.1 C
Bhubaneswar

କୃଷି ବିଭାଗ ତରଫରୁ ସମ୍ଭାବ୍ୟ ବାତ୍ୟା ମୁକାବଲା ପାଇଁ ସଚେତନତା କାର୍ଯ୍ୟକ୍ରମ 

ବେଗୁନିଆ: ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨ ତାରିଖଠାରୁ ଲଗାଣ ବର୍ଷାର ସମ୍ଭାବନା ଥିବାରୁ ଫସଲର ସୁପରିଚାଳନା ପାଇଁ କୃଷି ଜିଲ୍ଲା ଅଧିକାରୀଙ୍କ ସୌଜନ୍ୟରେ ବେଗୁନିଆ କୃଷି ବିଭାଗ ତରଫରୁ ବ୍ଲକର ସମସ୍ତ ପଞ୍ଚାୟତରେ ମାଇକ ଯୋଗେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି। ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ରଥ କହିଛନ୍ତି ଯେ ବର୍ଷା ଆରମ୍ଭ ପୂର୍ବରୁ ୮୫% ପାଚିଯାଇଥିବା ଧାନ ତୁରନ୍ତ କାଟିନେଇ ଅମଳହେବା ପୂର୍ବରୁ ଏବଂ ପରେ ସୁରକ୍ଷିତ ରଖନ୍ତୁ । ଧାନ କାଟି ବିଲରେ ଶୁଖାଇ ରଖନ୍ତୁ ନାହିଁ । କଟା ହୋଇଥିବା ଧାନକୁ ବେଙ୍ଗଳା ପକାଇ ରଖନ୍ତୁ । ସମସ୍ତ କଟାଧାନ ଅମଳ ସମ୍ଭବ ନହେଲେ ପଲିଥିନ ଘୋଡାଇ ସୁରକ୍ଷିତ ରଖନ୍ତୁ । ପନିପରିବା ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ ଓ ବିକ୍ରୟ କରନ୍ତୁ । ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ଭାବେ ବନ୍ଦ ରଖନ୍ତୁ ।କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନ ସାମୟିକ ଭାବେ ବନ୍ଦ ରଖିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି କ୍ରମରେ ଆଜି ଆତ୍ମାର ଅଧ୍ୟକ୍ଷ ଶ୍ରୀନିବାସ ପାଇକରାୟ ସଚେତନତା ରଥକୁ ଉଦଘାଟନ କରିଥିଲେ । ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ରଥ, ଓଭରସିୟର ଶ୍ୟାମସୁନ୍ଦର ବେହେରା ଏବଂ ଅତିରିକ୍ତ କୃଷି ଅଧିକାରୀ ସୀତାରତ୍ନମାଳା ଦାସ ଉପସ୍ଥିତ ଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories