www.samajalive.in
Saturday, December 13, 2025
17.1 C
Bhubaneswar

ଚିନ୍ତା ବଢ଼ାଇଲେ ସାଇବର୍‌ ଠକ : କଲେଜ ଅଧ୍ୟକ୍ଷଙ୍କ ଜମାଖାତାରୁ ନେଇଗଲେ ୬ଲକ୍ଷ

ଭୁବନେଶ୍ୱର : ରାଜଧାନୀରେ ସାଇବର ଠକ ଚିନ୍ତା ବଢ଼ାଇଲେଣି। ଦିନକୁ ଦିନ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସହରରେ ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ବଡ଼ ଧରଣର ଟଙ୍କା ଠକି ନେଇଛନ୍ତି। ଜଣେ ଅଧ୍ୟକ୍ଷଙ୍କ ଠାରୁ ୬ ଲକ୍ଷ ନେଇଥିବା ଅବସରପ୍ରାପ୍ତ ଶିକ୍ଷକ ୫୦ ହଜାର ଟଙ୍କା ଠକି ନେଇଛନ୍ତି। ଖାରବେଳନଗର ଥାନା ୟୁନିଟ-୩ସ୍ଥିତ ଡା.ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜର ଅଧ୍ୟକ୍ଷ ସୁଧୀର କୁମାର ଦାଶଙ୍କ ଆକାଉଣ୍ଟରୁ ୬ଲକ୍ଷ ଟଙ୍କା ସାଇବର ଠକ ନେଇ ଯାଇଛନ୍ତି। ଏନେଇ ସେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ପୁଲିସ ସୂଚନା ଅନୁସାରେ ଅଧ୍ୟକ୍ଷ ସୁଧୀରଙ୍କ ଘର କଟକରେ। ସେ ଗତ ୨୦ ତାରିଖରେ ୭ ହଜାର ଟଙ୍କା ଉଠାଇବା ପାଇଁ ଏକ ଏଟିଏମ୍‌କୁ ଯାଇଥିଲେ। ମିନି ଷ୍ଟେଟ୍‌ମେଣ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଆକାଉଣ୍ଟରେ ପୂର୍ବରୁ ୭ଲକ୍ଷ ୨୧ ହଜାର ଟଙ୍କା ଉଠାଯାଇଛି। ଏହାକୁ ଦେଖି ସମ୍ପୃକ୍ତ ବ୍ୟାଙ୍କ୍‌କୁ ଏକ ମେଲ୍‌ କରିଥିଲେ। ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ସୁଧୀରଙ୍କ ମେଲ୍‌ ପାଇବା ପରେ ପେଟିଏମ୍‌ ଓ ଗୁଗଲ ପେ’ ମାଧ୍ୟମରେ ଅନ୍ୟ ଆକାଉଣ୍ଟକୁ ୪୧ଥରରେ ୬ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣାଇଛନ୍ତି। ଏହାପରେ ‌େ‌ସ ଗତ ୨୭ ତାରିଖରେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଗଞ୍ଜାମର ସୁରେନ୍ଦ୍ର ଶିକ୍ଷକ ଚାକିରିରୁ ଅବସର ପରେ ଏୟାରଫିଲ୍ଡ ଥାନା ବୋତଣ୍ଡାରେ ପରିବାର ସହ ରହୁଛନ୍ତି। ଗଞ୍ଜାମସ୍ଥିତ ଏସ୍‌ବିଆଇ ଶାଖାର ତାଙ୍କର ଏକ ଆକାଉଣ୍ଟ ରହିଛି। ସେଥିରେ ପ୍ରତି ମାସରେ ୪ହଜାର ୫୦ଟଙ୍କା ପେନ୍‌ସନ ଆସିଥାଏ। ଦୁଇଦିନ ତଳେ ସୁରେନ୍ଦ୍ର ପେନ୍‌ସନ ଟଙ୍କା ଉଠାଇବାକୁ ଏକ ଏଟିଏମ୍‌କୁ ଯାଇଥିଲେ। ତେବେ ୨ଟି ଫେଜରେ ତାଙ୍କ ଆକାଉଣ୍ଟରୁ ୮ହଜାର କଟିଯାଇଥିବା ମିନି ଷ୍ଟେଟ୍‌ମେଣ୍ଟରୁ ଜାଣିବାବାକୁ ପାଇଲେ। ଏହାପରେ ଯାଞ୍ଚ କରିବାରୁ ୨୦୧୮ ଡିସେମ୍ବରରୁ ତାଙ୍କ ଆକାଉଣ୍ଟକୁ ଆସୁଥିବା ପେନ୍‌ସନ୍‌ ଟଙ୍କାରୁ ୫୦ ହଜାର ଟଙ୍କା ପେଟିଏମ୍‌ ଓ ଗୁଗଲପେ’ ମାଧ୍ୟମରେ ଲୁଟ୍‌ ହୋଇଥିବା ଜଣାପଡିଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories