www.samajalive.in
Monday, December 8, 2025
24.1 C
Bhubaneswar

୧୩ ଥାନା ଅଞ୍ଚଳରେ ୩୬ ଘଣ୍ଟା ରହିବ ବଳବତ୍ତର-ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ; ପୁଲିସ ଆୟୁକ୍ତ

ଅଶାନ୍ତ କଟକ​‌; ଜାରି ହେଲା କର୍ଫ୍ୟୁ

 ଭୁବନେଶ୍ୱର,: କଟକରେ ଅଶାନ୍ତ ଥିବାରୁ କର୍ଫ୍ୟୁ ଲଗାଯାଇଛି। ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ କଟକଣା ଜାରି କରାଯାଇଛି। ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟେନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡାନାସୀ, ମର୍କତନଗର. ସିଡିଏ ଫେଜ-୨, ବାଦାମବାଡି, ବୟାଳିଶ ମୌଜା, ସଦର ଥାନା, ଜଗତପୁର, ମାଲଗୋଦାମ ଭଳି ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ। ମେଡିକାଲ ଓ ଅତ୍ୟାବଶ୍ୟକ ସେବା ଜାରି ରହିବ।
ସ୍ଥିତି ଦେଖି କର୍ଫ୍ୟୁ କୋହଳ କିମ୍ବା ବୃଦ୍ଧି ହେବ। ଆଇନ୍‌ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ବିଶୃଙ୍ଖଳାକାରୀଙ୍କ ବିରୋଧରେ କଠୋର ପଦପେକ୍ଷ ନିଆଯିବ। ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବ ନାହିଁ  ବୋଲି ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତିି।
ପୁଲିସ ଆୟୁକ୍ତ ଆହୁରି କହିଛନ୍ତି, କଟକରେ ଘଟିଥିବା ଅଘଟଣର ସ୍ଥିତି ପୂରା ନିୟନ୍ତ୍ରଣରେ ରହିଛି। ବିସର୍ଜନରେ ଦିନ ଗଣ୍ଡଗୋଳରେ ୪ଜଣ ଆହତ ହୋଇଥିଲେ। ସିସିଟିଭି ଓ ଡ୍ରୋନ୍ ସହାୟତାରେ ୬ଜଣଙ୍କୁ ଗିରଫ କରାଯାଇଥିଲା। ଆହତ ହୋଇଥିବା ୪ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି ବୋଲି ଗୁଜବ ପ୍ରଚାର କରାଯାଇଥିଲା। ୩ଜଣ ଚିକିତ୍ସା ପରେ ଘରକୁ ଫେରିଥିବା ବେଳେ ଅନ୍ୟତମ ଗୁରୁତର ଆହତ ଶଙ୍କର ବିଶ୍ବାଳଙ୍କ ଚିକିତ୍ସା ଜାରି ରହିଛି।
ଏହି ଘଟଣାକୁ  ନେଇ ବିଶ୍ବହିନ୍ଦୁ ପରିଷଦ ପକ୍ଷରୂୁ ବାଇକ ରାଲି କରାଯାଇଥିଲା ଓ ଏହାକୁ ପୁଲିସ ଅନୁମତି ଦେଇନଥିଲା। ପରେ ସେମାନେ ନିୟମ ଉଲ୍ଲଂଘନ କରିଥିଲେ ଓ ସାମ୍ପ୍ରଦାୟିକ ହିଂସାକାଣ୍ଡ ହେବାକୁ ଥିବା ସ୍ଥାନକୁ ଯିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ପୁଲିସ ବିରୋଧ କରିବାରୁ ସେମାନେ ପୁଲିସ ଉପରକୁ କାଚ ବୋତଲ ମାଡ଼ କରିଥିଲେ। ୮ ପୁଲିସ କର୍ମଚାରୀଙ୍କ ସାମତ ୨୫ଜଣ ଗୁରୁତର ଆହତ ହୋଇଥିଲେ।  ପରେ ପରିସ୍ଥିତି ନିୟନ୍ତ୍ରଣ ଲାଗି ରବର ବୁଲେଟ ଓ ଲାଠିଚାର୍ଜ କରାଯାଇଥିଲା।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories