କଟକ ସହରରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ସମସ୍ତଙ୍କୁ ଶାନ୍ତ ରହିବା, ଗୁଜବ ଏଡାଇବା ଏବଂ ପୁଲିସକୁ ସହଯୋଗ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଓଡ଼ିଶା ପୁଲିସ ସମ୍ପୂର୍ଣ୍ଣ ପ୍ରତିଶ୍ରୁତି ବଦ୍ଧ। ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ବୋଲି ଓଡ଼ିଶା ପୁଲିସ ଏକ୍ସରେ ସୂଚନା ଦେଇଛି।



