କଟକ : କଟକ ଜିଲା ଜଗତପୁର ତରୋଳ ଗାଁରେ ଶନିବାର ବିଳମ୍ବିତ ରାତିରେ ଜଣଙ୍କ ଘରୁ ଲୁଟ ହୋଇଥିବା ଜଣାପଡ଼ିଛି। ରାତି ଅଧରେ ଦୁର୍ବୃତ୍ତମାନେ ଘରେ ପଶି ପରିବାର ସଦସ୍ୟଙ୍କୁ ଏକ ଘର ଭିତରେ ବନ୍ଦ କରି ବନ୍ଧୁକ ଦେଖାଇ ପ୍ରାୟ ୨୫ ଭରି ସୁନା ସହ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।
Popular Categories



