www.samajalive.in
Tuesday, December 9, 2025
17.1 C
Bhubaneswar

ବିପର୍ଯ୍ୟସ୍ତ ବିପର୍ଯ୍ୟୟ ପରିଚାଳନା – ଜଳ ଅଭାବରେ ଟ୍ୱିନ ସିଟି

କଟକ: ସାମୁଦ୍ରିକ ବାତ୍ୟା ଫୋନୀ ତାର କରାଳ ରୂପ ଦେଖାଇ ଓଡିଶା ଅତିକ୍ରମ କରିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ, ଏବେ ବି ପ୍ରମୁଖ ସହରର ଅବସ୍ଥା ନ ଦେଖିଲେ ବିଶ୍ୱାସ କରି ହେବନି। କଟକର ସତୀଚଉରା ଠାରୁ ସିଡିଏ ୭ ନମ୍ବର ପର୍ଯ୍ୟନ୍ତ ତିନୋଟି ମୁଖ୍ୟ ରାସ୍ତା ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଗମନା ଗମନ ଯୋଗ୍ୟ ହୋଇ ପାରିନାହିଁ। କଲେଜ ଛକ, ଯୋବ୍ରା, ରିଂ ରୋଡ଼, ଇଣ୍ଡୋର ଷ୍ଟାଡିୟମ ରୋଡ଼, ପ୍ରେସ କଲୋନୀ ରାସ୍ତା ପ୍ରଭୃତି ଅଞ୍ଚଳର ରାସ୍ତା ସଫା ନ ହେବ ଫଳରେ ଯାତାୟତରେ ନାହିଁ ନ ଥିବା ଅସୁବିଧା ଦେଖା ଦେଇଛି। କିଛି ଅଞ୍ଚଳରେ ସ୍ଥାନୀୟ ଜନସାଧାରଣ ରାସ୍ତା ସଫା କରିବା ଦେଖାଯାଇଛି।

ଶନିବାର ସକାଳୁ କଟକିଆ ମାନେ ପିଇବା ପାଣି ପାଇଁ ନଳକୂପଟିଏ ଖୋଜି ଖୋଜି ନୟାନ୍ତ ହୋଇଥିଲେ। ଫୋନୀ ବାତ୍ୟା ନେଇ ଗତ ୧୦ଦିନ ହେବ କୌଣସି ଅସୁବିଧା ହେବନି ଏବଂ ସବୁ ପୂର୍ବ ପ୍ରସ୍ତୁତି ଶେଷ ହୋଇଥିବା ଘୋଷଣା କରାଯାଉଥିଲେ ମଧ୍ୟ ସକାଳର ଚିତ୍ର କିନ୍ତୁ ଭିନ୍ନ ଥିଲା। କିଛି ଅଧିବାସୀ ନିକଟସ୍ତ ଜଳ ଯୋଗାଣ କେନ୍ଦ୍ରକୁ ପାଣି ବ୍ୟବସ୍ଥା ସମ୍ପର୍କରେ ବୁଝିବାକୁ ଯାଇଥିଲେ ମଧ୍ୟ କର୍ମଚାରୀମାନଙ୍କ ବେପରୁଆ ଉତ୍ତର ସେମାନଙ୍କୁ ନିରାଶ କରିଥିଲା। ଶନିବାର ସନ୍ଧ୍ୟା ସୁଦ୍ଧା ନା ଥିଲା ଜଳ ଯୋଗାଣ, ନା ଥିଲା ଟ୍ୟାଙ୍କର ବ୍ୟବସ୍ଥା। ଶେଷରେ ବାଧ୍ୟ ହୋଇ ଲୋକମାନେ ୩ଗୁଣ ଦରରେ ବୋତଲ ପାଣି କିଣିଥିଲେ।

- Advertisement -

ସହରର ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। କଟକରେ ବିଦ୍ୟୁତ ପୁନରୁଦ୍ଧାର କାମ କେବେ ଶେଷ ହେବ ଓ ଯୋଗାଣ କେବେ ସ୍ୱାଭାବିକ ହେବ ସେ ନେଇ ବିଦ୍ୟୁତ ବିଭାଗ ମଧ୍ୟ ନିରବ। ଶନିବାର ସନ୍ଧ୍ୟା ସୁଦ୍ଧା ୭୫ ପ୍ରତିଶତ ଅଞ୍ଚଳରେ ଖୁଣ୍ଟ ଓ ଗଛ ଭାଙ୍ଗି ପଡିଥିବା ବେଳେ ମଧ୍ୟ, ବିଦ୍ୟୁତ ବିଭାଗର କୌଣସି ତତ୍ପରତା ପ୍ରକାଶ ପାଉ ନ ଥିବା ଦେଖା ଦେଇଛି।

ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। କଟକରୁ ଭୁବନେଶ୍ୱର ମଧ୍ୟରେ ଇତି ମଧ୍ୟରେ ଜାତୀୟ ରାଜପଥ ଉପରେ ଭାଙ୍ଗି ପଡିଥିବା ଗଛ ସବୁକୁ କାଟି ସଫା କରାଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରି ଖୁଣ୍ଟଗୁଡିକ ରାସ୍ତା ଉପରକୁ ଝୁଲି ରହିଛି।

ଶୁକ୍ରବାର ସନ୍ଧ୍ୟା ଓ ଶନିବାର ଦିନ ତମାମ ଉଭୟ ସହରର ଲୋକମାନେ ଖାଦ୍ୟ ସାମଗ୍ରୀ ପାଇଁ ଯେତେ ବ୍ୟସ୍ତ ନ ଥିଲେ, ପାଣି ବୋତଲ, ଲଣ୍ଠନ ଓ ଜେନେରେଟର କିଣିବା ପାଇଁ ବିକଳ ହେଉଥିବା ଲକ୍ଷ୍ୟ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories