www.samajalive.in
Monday, December 8, 2025
20.1 C
Bhubaneswar

ଫନି ଯୋଗୁଁ ଭାଙ୍ଗିଛି ୧୦ ହଜାର ବିଦ୍ୟୁତ ଖୁଣ୍ଟି , ସେସୁର ୧୨୦୦ କୋଟିରୁ ଅଧିକ କ୍ଷତି

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ ଫନି ଯୋଗୁଁ ସେସୁର ୧୦ ହଜାର ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ୧୨୦୦ କୋଟି ଟଙ୍କାକୁ ଅଧିକ କ୍ଷତି ହୋଇଥିବା ,ସେସୁର ପକ୍ଷରୁ ସୂଚନା ଦିଆଯାଇଛି । ପୁରୀରେ ସର୍ବାଧିକ କ୍ଷତି ହୋଇଛି। ଅନେକ ଟାଓ୍ୱାର ଭାଙ୍ଗିପଡିଥିବା ସହ ଖୁଣ୍ଟି ଉପୁଡିଯାଇଛି । ଭୁବନେଶ୍ୱରରେ ୧୫ଶହ କର୍ମଚାରୀ ଏବେ ନିୟୋଜିତ ଅଛନ୍ତି । ବିଭିନ୍ନ ସ୍ଥାନରେ ଖୁଣ୍ଟିପୋତିବା ସହ ତାର ଭିଡିବା କାର୍ଯ୍ୟରେ ଏମାନଙ୍କୁ ନିୟୋଜିତ କରାଯାଇଛି । ରବିବାର ରାତି ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥାମାନଙ୍କୁ ରବିବାର ରାତି ସୁଦ୍ଧା ବିଦ୍ୟୁତ ଯୋଗାଣ କରାଯିବ । ଡାକ୍ତରଖାନା, ବିମାନ ବନ୍ଦର ଓ ରେଳବାଇକୁ ପ୍ରଥମେ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ଶକ୍ତି ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।

ପୁରୀ, କଟକ ଓ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । କଟକର ସମସ୍ତ ଗ୍ରୀଡର କାମ ଶେଷ ହୋଇଥିବାବେଳେ ସୋମବାର ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସମସ୍ତ ଗ୍ରୀଡ କାମ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି । ପୁରୀରେ ଗ୍ରୀଡ କାମ ଶେଷ ହେବା ପାଇଁ ଆହୁରି ତିନିଦିନ ସମୟ. ଲାଗିବ ବୋଲି ସୂଚନା ମିଳିଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories