କଟକ: ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ରୋଟାରୀ କ୍ଲବ କଟକ ପକ୍ଷରୁ ସମାଜ ରିଲିଫ କମିଟିକୁ ୫୦,୦୦୦ଟଙ୍କା ସହାୟତା ପ୍ରଦାନ କରାଯାଇଛି। ମଙ୍ଗଳବାର ଅପରାହ୍ଣରେ କ୍ଲବର ସଭାପତି ବିନ୍ଦୁକୁମାର ଦାସ, ସମ୍ପାଦକ ସମୀର ମିଶ୍ର, ପୂର୍ବତନ ସଭାପତି ଦେବାଶିଷ ପଣ୍ଡା, ସୁଶାନ୍ତ ମହାନ୍ତି, ସୁରେଶ ଚୌଧୁରୀ, ପାର୍ଥ ଚାଟାର୍ଜୀ, ଦୁର୍ଯ୍ୟୋଧନ ସାହୁ, ସର୍ବେଶ୍ୱର ସ୍ୱାଇଁ ପ୍ରମୁଖ ସମାଜ ରିଲିଫ କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥଙ୍କୁ ଭେଟି ଏହି ସହାୟତା ରାଶି ପ୍ରଦାନ କରିଥିଲେ। କ୍ଲବର ଏହି ମହତ କାର୍ଯ୍ୟକୁ ଅଧ୍ୟକ୍ଷ ଶ୍ରୀ ରଥ ପ୍ରଶଂସା କରିଥିଲେ।
Popular Categories



