www.samajalive.in
Sunday, December 7, 2025
15.1 C
Bhubaneswar

ବିଦ୍ୟୁତ ରାଜସ୍ବ ଆଦାୟ କ୍ଷତି ୩୦%କୁ ବୃଦ୍ଧି; ଡିସେମ୍ବର ସୁଦ୍ଧା ଘରୋଇକରଣ ହେବ ତିନି ବିଦ୍ୟୁତ ବିତରଣକାରୀ କମ୍ପାନୀ

ଭୁବନେଶ୍ବର:ଖୁବ୍‌ ଶୀଘ୍ର ଘରୋଇକରଣ ହେବ ରାଜ୍ୟର ତିନୋଟି ବିଦ୍ୟୁତ ବିତରଣକାରୀ କମ୍ପାନୀ । ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ଘରୋଇକରଣ କାର୍ଯ୍ୟ ସମ୍ପନ୍ନ ହେବ। ରାଜ୍ୟ ସରକାର ଏହି ତିନୋଟି ବିଦ୍ୟୁତ ବିତରଣକାରୀ କମ୍ପାନୀର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଥିବା ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ ସୂଚନା ଦେଇଛନ୍ତି। କରୋନା ମହାମାରୀ ପାଇଁ ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ ଯୋଗୁ ରାଜ୍ୟରେ ବିଦ୍ୟୁତ ରାଜସ୍ବ ଆଦାୟ ବହୁଳ ଭାବେ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଦ୍ୟୁତ ରାଜସ୍ବ ଆଦାୟ ଜନିତ କ୍ଷତି ପରିମାଣ ବଢ଼ିବାରେ ଲାଗିଛି। ପୂର୍ବରୁ ଏ କ୍ଷେତ୍ରରେ କ୍ଷତି ୨୦% ରହିଥିବାବେଳେ ଏବେ ଏହା ୩୦%କୁ ବୃଦ୍ଧି ଘଟିଛି। ସେହିଭଳି ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମି​‌ଟେଡ୍‌ର କ୍ଷତି ପରିମାଣ ୪୬% ରହିଥିବା ଶ୍ରୀ ଧଳ କହିଛନ୍ତି । ରାଜ୍ୟରେ ସ୍ମାର୍ଟ ମିଟରିଂ ବ୍ୟବସ୍ଥା ବେଶ ଲାଭଦାୟକ ହେବ, କିନ୍ତୁ ଏ କ୍ଷେତ୍ରରେ ଅତିରିକ୍ତ ବ୍ୟୟର ଅଧିକ ଆବଶ୍ୟକତା ରହିଛି। ତେବେ ସବୁକିଛି ସ୍ବଭାବିକ ଭାବେ ଚାଲିଲେ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ତିନି ବିଦ୍ୟୁତ ବିତରଣକାରୀ କମ୍ପାନୀର ଘରୋଇକରଣ କରାଯିବ ​ବୋଲି ସେ କହିଛନ୍ତି।

ଆଜି ଭାରତୀୟ ଚାମ୍ବର ଅଫ୍‌ କମର୍ସ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ଶକ୍ତି ସମ୍ମିିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶକ୍ତି ଓ ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଲେ, ପ୍ରାକୃତିକ , ସ୍ବଚ୍ଛ ଏବଂ ଗ୍ରୀନ୍‌ ଏନର୍ଜୀ ଭଳି ସବୁଜ ଶକ୍ତି ଉତ୍ପାଦ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିବାକୁ ଶକ୍ତି ଉତ୍ପାଦନକାରୀ ସଂସ୍ଥାଗୁଡିକୁ ଆହ୍ବାନ ଦେଇଥିଲେ । ବିଦ୍ୟୁତ ରାଜସ୍ବ ଆଦାୟ କ୍ଷତି କ୍ଷେତ୍ରରେ ଆଗାମୀ ଦିନରେ କ୍ଷୁଦ୍ର ଗ୍ରୀଡ ବ୍ୟବସ୍ଥା ଏ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିପାରିବ ​‌ବୋଲି ବିଶେଷଜ୍ଞମାନେ ସମ୍ମିଳନୀରେ ମତବ୍ୟକ୍ତ କରିଥିଲେ । ତେବେ ବିଦ୍ୟୁତ ବିତରଣ ଏବଂ ବ୍ୟବହାର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଖୁଚୁରା ବିତରଣ ବୈଷୟିକ ଜ୍ଞାନକୌଶଳ ହିଁ ଭବିଷ୍ୟତରେ ଏକ ମାତ୍ର ସଫଳ ଉପାୟ ​ବୋଲି ଏଥିରେ ଯୋଗଦେଇ ଟାଟା ପାୱାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସେନ୍‌ବାଗମ୍‌ ମନ୍ଥିରାମ କହିଛନ୍ତି। ଏହି ଅବସରରେ ଗୁପ୍ତା ପାୱାରର ଏମ୍‌ଡି ଏମ୍‌.କେ. ଗୁପ୍ତା, ପାର୍ଟନର ଏବଂ ରାଷ୍ଟ୍ରୀୟ ମୁଖ୍ୟ ଶକ୍ତି ଏବଂ ପ୍ରାକୃତିକ ସମ୍ବଳ ଅନୀଶ ଦେ ଏବଂ କାର୍ଯ୍ୟକ୍ରମର ସଞ୍ଚାଳକ ​‌ଜେ.ବି. ପାଣି ପ୍ରମୁଖ କୋଭିଡ୍‌ ପରବର୍ତ୍ତୀ ସମୟରେ ଶକ୍ତି କ୍ଷେତ୍ରକୁ କିପରି ସୁଧାରି ସ୍ବାଭାବିକ ଅବସ୍ଥାକୁ ଅଣାଯାଇପାରିବ ସେ ନେଇ ଉପାୟମାନ ଉପରେ ଆଲୋଚନା କରିଥି​‌ଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories