କଟକ : କିଛି ଦିନର ବ୍ୟବଧାନ ପରେ କଟକରୁ ପୁଣି ଜବତ ହୋଇଛି ନକଲି ସାମଗ୍ରୀ। ଜଗତପୁର ପୀରବଜାର ସ୍ଥିତ ସିମେଣ୍ଟ କାରଖାନା ସିଲ୍ କରାଯିବା ସହ ମାଲିକକୁ ଅଟକ ରଖାଯାଇଛି। ଅପମିଶ୍ରଣ ଓ ନକଲି ସିମେଣ୍ଟ ବିକ୍ରି ଅଭିଯୋଗ ପରେ ପୁଲିସ ଚଢାଉ କରି ସିଲ୍ କରିଛି। ବିିଭିନ୍ନ ନାମିଦାମି ମାର୍କାର ବସ୍ତା ଆଣି ପୁନଃପ୍ୟାକିଂ କରି ବିକ୍ରି କରୁଥିଲେ। ମୁଣ୍ଡା ହୋଇ ନଷ୍ଟ ଯାଇଥିବା ସିମେଣ୍ଟକୁ ଗୁଣ୍ଡ କରି ପୁଣି ପ୍ୟାକିଂ କରୁଥିଲେ। ଚଢାଉ ପରେ କାରଖାନାକୁ ସିଲ୍ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Popular Categories



