www.samajalive.in
Monday, December 8, 2025
27.1 C
Bhubaneswar

ଲଖିମପୁର ଖେରି ହିଂସା: ଏସଆଇଟି ଦାଖଲ କଲା ୫ହଜାର ପୃଷ୍ଠାର ଅଭିଯୋଗ ଫର୍ଦ୍ଦ

ଲଖନଉ: ଉତ୍ତର ପ୍ରଦେଶର ଲଖିମପୁର ଖେରିଠାରେ ଘଟିଥିବା ହିଂସା ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ୫ହଜାର ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ସୋମବାର ଦିନ ଦାଖଲ କରାଯାଇଥିବା ଅଭିଯୋଗ ଫର୍ଦ୍ଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ନାମ ମୁଖ୍ୟ ଅଭିଯୁକ୍ତ ଭାବରେ ରହିଛି । ସୂଚନାଯୋଗ୍ୟ ଯେ ପୁଲିସ ପୂର୍ବରୁ ଆଶିଷ ମିଶ୍ରଙ୍କୁ ଗିରଫ କରିସାରିଛି । ଏଥିସହିତ ଏହି ହିଂସା ଘଟଣାରେ ବୀରେନ୍ଦ୍ର ଶୁକ୍ଳ ନାମକ ଆଉଜଣେ ବ୍ୟକ୍ତି ସଂପୃକ୍ତ ଥିବା ଏବଂ ତାଙ୍କ ନାମ ଅଭିଯୋଗ ଫର୍ଦ୍ଦରେ ସ୍ଥାନ ପାଇବା ଦ୍ୱାରା ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧିପାଇଛି । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୦୧ ଲଗାଯାଇଛି । ଉକ୍ତ ହିଂସା ଘଟଣାରେ ମୋଟ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । କୃଷକ ଆନ୍ଦୋଳନ ଚାଲିଥିବାବେଳେ ରାସ୍ତାରେ ଯାଉଥିବା କୃଷକଙ୍କ ଉପରେ ଗାଡି ଚଢାଇ ଦିଆଯିବାରୁ ସେମାନଙ୍କ ମଧ୍ୟରୁ ୪ ଜଣ କୃଷକଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କ ସହିତ ସ୍ଥାନୀୟ ଜଣେ ସାମ୍ବାଦିକଙ୍କର ମଧ୍ୟ ପ୍ରାଣହାନି ଘଟିଥିଲା । ଏଥିସହିତ ଉତ୍ତ୍ୟକ୍ତ କୃଷକଙ୍କ ଆକ୍ରମଣରେ ଦୁଇ ବିଜେପି କର୍ମୀ ଓ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତଙ୍କ ନାମ ତାଲିକାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଖିଳେଶ ଦାସଙ୍କ ପୁତୁରା ଅଙ୍କିତ ଦାସଙ୍କ ନାମ ରହିଥିବା ମଧ୍ୟ ଜଣାଯାଇଛି । ବିରେନ୍ଦ୍ର ଶୁକ୍ଳାଙ୍କ ବ୍ୟତୀତ ସମସ୍ତ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି ଏବଂ ସେମାନଙ୍କୁ ଲଖିମପୁର ଖେରି କାରାଗାରରେ ରଖାଯାଇଛି । ଏସଆଇଟି ପକ୍ଷରୁ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଏଭଳି ହିଂସାକାଣ୍ଡ ଅବହେଳା ଅଥବା ବେଖାତିର ଭାବ ପାଇଁ ଘଟିନଥିଲା, ବରଂ ତାହା ଇଛାକୃତ ଏବଂ ହତ୍ୟାକରିବା ଉଦ୍ଦେଶ୍ୟରେ କରାଯାଇଥିଲା ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories