www.samajalive.in
Monday, December 8, 2025
13.1 C
Bhubaneswar

ମେଟ୍ରୋ ରେଳ ପ୍ରକଳ୍ପ ରଦ୍ଦ କରାଯାଇନାହିଁ -ମନ୍ତ୍ରୀ 

ଭୁବନେଶ୍ୱର:  ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ବର୍ତ୍ତମାନ ରାଜ୍ୟ ସରକାର ପରୀକ୍ଷାଧୀନ ରଖିଛନ୍ତି । କଟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ରଦ୍ଦ କରାଯାଇନାହିଁ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଏହି ପ୍ରକଳ୍ପକୁ ବର୍ତ୍ତମାନ ରାଜ୍ୟ ସରକାର ପରୀକ୍ଷାଧୀନ ରଖିଛନ୍ତି । ଏଥିପାଇଁ ଏକ ଆନ୍ତଃ ମନ୍ତ୍ରୀସ୍ତରିୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିଶ ପ୍ରାପ୍ତ ହେବା ପରେ ସରକାର ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ନେବେ । ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ମୋଟ ୨୭୭.୩୬କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ସେହି ଖର୍ଚ୍ଚ ମଧ୍ୟରୁ ୨୦୨୪ ଜୁନ୍‍ ୧୨ ପରେ ୨୫୩.୦୫କୋଟି ଟଙ୍କା ପ୍ରଦାନ କରାଯାଇଛି ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories