www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରଥମ ଟେଷ୍ଟ – ପଏଣ୍ଟ ସହ କଟିଲା ପାରିଶ୍ରମିକ

ସେଞ୍ଚୁରିଅନ୍‌: ଗୁରୁବାର ସମାପ୍ତ ହୋଇଥିବା ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକାଠାରୁ ଇନିଂସ ଓ ୩୨ ରନ୍‌ରେ ଭାରତ ପରାସ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ମାଟିରେ ଏହାର ଭାରତର ଅନ୍ୟତମ ବଡ଼ ପରାଜୟ। ୩ ଦିନ ମଧ୍ୟରେ ଏହି ବିଜୟ ଯୋଗୁଁ ଘରୋଇ ଦକ୍ଷିଣ ଆଫ୍ରିକା ୨ ମ୍ୟାଚ୍‌ର ଶୃଙ୍ଖଳାରେ ୧-୦​‌େ​‌ର ଆଗୁଆ ରହିଛି। ତେବେ ଭାରତର ଏହି ଲଜ୍ଜାଜନକ ପରାଜୟ ପରେ ଆଇସିସି ଯେଉଁ ଦଣ୍ଡବିଧାନ କରିଛି; ତାହା ରୋହିତ ଶର୍ମାଙ୍କ ଦଳ ପାଇଁ କଟା ଘା’ରେ ଚୂନ ପରି ହୋଇଛି। ମ୍ୟାଚ୍‌ରେ ଧିମା ଓଭର ହାର ଯୋଗୁଁ ସମସ୍ତ ଖେଳାଳିଙ୍କ ୧୦ ପ୍ରତିଶ୍ରତ ମ୍ୟାଚ୍‌ ଫି କାଟି ଦିଆଯାଇଛି। ସବୁଠାରୁ ବଡ଼ କଥା ହେଉଛି; ଭାରତର ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ପଏଣ୍ଟ ତାଲିକାରୁ ୨ ପଏଣ୍ଟ କାଟି ଦିଆଯାଇଛି। ୩ ଦିନ ଖେଳା ଯାଇଥିବା ପ୍ରଥମ ଟେଷ୍ଟମ୍ୟାଚ୍‌‌େ‌ର ଭାରତ ନିର୍ଦ୍ଧାରିତ ସମୟରେ ୨ ଓଭର କମ୍ ବୋଲିଂ କରିଥିବାରୁ ଆଇସିସି ମ୍ୟାଚ୍‌ ରେଫେରୀ କ୍ରିସ୍‌ ବ୍ରଡ୍‌ ଏହି କଠୋର ଦଣ୍ଡବିଧାନ କରିଛନ୍ତି। ଶୁଣାଣି ବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦୋଷ ସ୍ବୀକାର କରିବା ସହ ଦଣ୍ଡକୁ ଗ୍ରହଣ କରିଥିଲେ। ଆଇସିସିର ନିୟମ ଅନୁସାରେ, ଟେଷ୍ଟମ୍ୟାଚ୍‌‌େ‌ର ନିର୍ଦ୍ଧାରିତ ସମୟରେ ଏକ ଦଳ ୧ ଓଭର କମ୍ ବୋଲିଂ କଲେ; ଖେଳାଳିଙ୍କ ୫ ପ୍ରତିଶତ ମ୍ୟାଚ୍‌ ଫି କାଟି ଦିଆଯିବ। ପୁଣି ପ୍ରତି ଓଭର ପାଇଁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ପଏଣ୍ଟ ତାଲିକାରୁ ୧ ପଏଣ୍ଟ କାଟି ଦିଆ ଯାଇଥାଏ। ୨ ପଏଣ୍ଟ କଟିଯିବାରୁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ପଏଣ୍ଟ ତାଲିକାରେ ୧୬ ପଏଣ୍ଟ ସହ ଭାରତ ୬ଷ୍ଠ ସ୍ଥାନରେ ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories