ଭୁବନେଶ୍ୱର : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ଓ ଟି୨୦ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ସିରିଜ୍ ଆସନ୍ତା ଅକ୍ଟୋବରରେ ଭାରତରେ ଖେଳାଯିବ। ୩ ଟିକିଆ ଏକଦିବସୀୟ ମ୍ୟାଚ ମଧ୍ୟରୁ ଗୋଟିଏ ମ୍ୟାଚ ଭୁବନେଶ୍ୱରରେ ଅକ୍ଟୋବର ୨୫ରେ ଖେଳାଯିବାକୁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରବିବାର ମ୍ୟାଚ ନେଇ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ (କ୍ୟାଭି) ଓଡିଶା ମୁଖ୍ୟ ଉପଦେଷ୍ଟା ପ୍ରକାଶ କୁମାର ରଥଙ୍କ ଅଧ୍ୟକ୍ଷତାରେ ଓଏଲଏସ୍ ସଭା ଗୃହରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମ୍ୟାଚକୁ ଭୁବନେଶ୍ୱରରେ ଆୟୋଜନ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ଖେଳାଳି ମହମ୍ମଦ ଜାଫର ଇକବାଲ, ଅଶୋକ କୁମାର ସାହୁ, ଯୁଗ୍ମ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, ପ୍ରଜ୍ଞା ପାରମିତା ବେହେରା, ଯୋଗେନ୍ଦ୍ର କୁମାର ଜାନୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୨୦୧୭ ଫେବୃଆରୀ ୭ରେ ଓଡ଼ିଶାରେ ପ୍ରଥମ ଥର ପାଇଁ କିଟ୍ କ୍ରିକେଟ ପଡ଼ିଆରେ ଦୃଷ୍ଟିହୀନ ଟି୨୦ ବିଶ୍ୱକପ କ୍ରିକେଟ ପ୍ରତିଯୋଗିତାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା।
Popular Categories



