www.samajalive.in
Thursday, December 11, 2025
27.1 C
Bhubaneswar

ଗୋସୁରକ୍ଷା ନେଇ କର୍ମଶାଳା 

ବୌଦ୍ଧ : ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ଦନ୍ତାପାଲିସ୍ଥିତ ମାହେଶ୍ୱରୀ ଗୋଶାଳା ପରିସରରେ ଗ୍ରାମ୍ୟ ବିକାଶ ପରିଷଦ ପକ୍ଷରୁ ସାଲୁଙ୍ଖି କୃଷକ ଉତ୍ପାଦକ କମ୍ପାନୀ ସହାୟତାରେ ଓ ଶ୍ରୀଗୋବିଜ୍ଞାନ ଫାଉଣ୍ଡେସନ ଓଡ଼ିଶା ମାର୍ଗଦର୍ଶନରେ ଗୋସୁରକ୍ଷା ଓ ଗୋଆଧାରିତ ଜୀବିକା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାବା ଖଗେଶ୍ୱର ବାନପ୍ରସ୍ତିଙ୍କ ଦ୍ୱାରା ଗୋପୂଜନ,ଗୋସେବା,ଗୋବନ୍ଦନା ପରେ ଆୟୋଜିତ କର୍ମଶାଳାକୁ ମୁଖ୍ୟଅତିଥି ଭାବରେ ବିଧାୟକ ପ୍ରଦିପ କୁମାର ଅମାତ ଉଦଘାଟନ କରିଥିଲେ। ବିଧାୟକ ଶ୍ରୀଅମାତ ଗୋଶାଳାର ଭିତିଭୂମି ନିର୍ମାଣ ନିମନ୍ତେ ପୁର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ଗୋମାତାର ସୁରକ୍ଷା ପାଇଁ କରାଯାଇଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ। ନିର୍ଗୁଣ ମହାକୁଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ସମ୍ପ।ଦକ କୃତିବାସ ପଲିଆ ,ଗୋଶାଳାର ଉପାଧ୍ୟକ୍ଷ ବୈଦ୍ୟ ହୃଷିକେଶ କ୍ଷେତି ,ସହସମ୍ପାଦିକା ସୁଷମା ଲଉରିଆ ପ୍ରମୁଖ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟବକ୍ତା ଭାବରେ ବାବା ବଧୁସୁଦନ ଦାସ ଯୋଗଦେଇ ଗୋମାତାଙ୍କ ଉତ୍ପତି,ଗୋ ମାହାତ୍ମ୍ୟ ଓ ଗୋଆଧାରିତ ଜିବିକା ଉପରେ ବକ୍ତବ୍ୟ ରଖିଥିଲେ। ବୌଦ୍ଧଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅମିତାଭ ପଣ୍ଡା ଓ ପୁଣୁଣାକଟକ ପ୍ରାଣୀ ଚିକିତ୍ସାଧିକାରୀ ଡା.ରୁଥ ଡୁଙ୍ଗ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଗୋଶାଳା ପରିଚାଳନାରେ ସରକାରୀ ସହାୟତା ଉପରେ ସୂଚନା ଦେଇଥିଲେ । କର୍ମଶାଳାର ମୁଖ୍ୟ ପ୍ରଶିକ୍ଷକ ଭାବରେ ସମାଜିକ କର୍ମୀ କେଦାରନାଥ ସାହୁ ଯୋଗଦେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ,ବେକାର ଯୁବକ ଯୁବତୀ,କୃଷିମିତ୍ର,ପ୍ରାଣୀମିତ୍ର ଓ ବୈଦ୍ୟମାନେ ଗୋପାଳନକୁ ଜିବିକା ଭାବରେ ଗ୍ରହଣ କଲେ ନିଜର ଅର୍ଥନିତି ସୁଦୃଢ ହେବା ସହିିତ ଗୋସୁରକ୍ଷା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ବାମଣ୍ଡା ସରପଞ୍ଚ ଲଳିତ ଥାଟି,ଖୁଣ୍ଟବନ୍ଧ ସମିତି ସଭ୍ୟ ଯୁଧିଷ୍ଠିର ବାରିକ,ସମାଜସେବୀ ହରି ମିଶ୍ର,ସମିତିସଭ୍ୟା ରୀତାଞ୍ଜଳୀ ମିଶ୍ର,ସମାଜସେବୀ କମ୍ଭୁ କ୍ଷେତି,ଗୋସେବକ କାର୍ତ୍ତିକ ମହାକୁଡ,ଗୋ ଚିକିତ୍ସକ ଅଶୋକ ଶତପଥୀ,ବାବା କୁଞ୍ଜବନ ଓ ଭାଗ୍ୟଧର ମହାକୁଡ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପପୁନ ଗାଈଗୌରିଆ,ଭାରତାପୁର ମାହେଶ୍ୱରୀ କ୍ଲବର ଯୁବ ସ୍ୱେଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ ଶେଷରେ କୋଷାଧ୍ୟକ୍ଷ ଉଦ୍ଧବ କଲତା ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories