www.samajalive.in
Monday, December 8, 2025
14.1 C
Bhubaneswar

ଦେଶରେ କରୋନାର ୨ୟ ପର୍ଯାୟ ; ପିଲାଙ୍କ ପାଇଁ ଅଧିକ କ୍ଷତିକାରକ? ଜାଣନ୍ତୁ ଲକ୍ଷଣ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଉଛି। ଯାହା ସମସ୍ତ ସ୍ଥାନରେ ଭୟର ବାତାବରଣ ଖେଳାଇ ଦେଇଛି। କରୋନାର ପ୍ରଥମ ପର୍ଯ୍ୟାୟ ବୟସ୍କ ଓ ପୂର୍ବରୁ ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ବିପଦପୂର୍ଣ୍ଣ ଥିବା ବେଳେ କରୋନାର ୨ୟ ପର୍ଯ୍ୟାୟ ଯୁବା ବୟସ ଓ ଶିଶୁଙ୍କ ପାଇଁ କ୍ଷତିକାରକ ବୋଲି କୁହାଯାଉଛି। ପିଲାଙ୍କ ପାଇଁ ବର୍ତ୍ତମାନ କୌଣସି କରୋନା ଭ୍ୟାକ୍ସିନ ନଥିବାରୁ ଏହା ଅଧିକ ଚିନ୍ତାର ବିଷୟ ପାଲଟିଛି।
କରୋନାର ୨ୟ ପର୍ଯ୍ୟାୟରେ ଶିଶୁ , ୬ ରୁ ୧୮ ବୟସ ସହ ଯୁବା ବୟସ୍କ ଅଧିକ ସଂକ୍ରମିତ ହେଉଥିବା ଦେଖାଯାଉଛି। ଅଧିକାଂଶ କରୋନା ପଜିଟିଭ ଶିକ୍ଷାନୁଷ୍ଠାନ, ଶିକ୍ଷଣୀୟ ସ୍ଥାନରୁ ଚିହ୍ନଟ ହେଉଥିବା ଦେଖାଯାଉଛି।
ବିଶେଷଜ୍ଞଙ୍କ ମତାନୁଯାୟୀ, ବର୍ତ୍ତମାନ କୋଭିଡ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ ସହ ନଷ୍ଟ କରି ଦେଉଛି। ଯାଦ୍ୱାରା ପିଲାମାନେ ଶୀଘ୍ର ରୋଗଗ୍ରସ୍ତ ହେବାର ଅଧିକ ସମ୍ଭାବନା ରହୁଛି। ପିଲାଙ୍କ ଠାରେ ଲକ୍ଷଣ ଅଧିକ ଦେଖାଯିବା ସହ ସ୍ୱାସ୍ଥ୍ୟାବସ୍ଥା ନସୁଧୁରିଲେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରିସ୍ଥିତି ସୃଷ୍ଟି ହେଉଛି।
ଏହାସହ ପରିବାର ମଧ୍ୟରେ ପିଲାମାନେ ପ୍ରଥମେ ସଂକ୍ରମିତ ହେବା ପରେ ଅନ୍ୟ ସଦସ୍ୟ ସଂକ୍ରମିତ ହୋଇପାରନ୍ତି।
୨ ବର୍ଷରୁ ଆରମ୍ଭ କରି ୧୬ ବର୍ଷ ପିଲାଙ୍କ ମଧ୍ୟରେ କରୋନାର ଅଧିକ ଲକ୍ଷଣ ଦେଖାଯାଉଛି ବୋଲି ରିପୋର୍ଟରୁ ଜଣାପଡିଛି। ବର୍ତ୍ତମାନ ସମୟରେ ପିଲାମାନେ ବାହାରକୁ ଯିବା, ଅଧିକ ପିଲାଙ୍କ ମଧ୍ୟରେ ଖେଲିବା, ବାହାର ସ୍ଥାନକୁ ଯିବା ଦ୍ୱାରା ସେମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି ବୋଲି କୁହାଯାଉଛି।
ପିଲାଙ୍କ ମଧ୍ୟରେ ଦେଖାଯାଉଥିବା ଲକ୍ଷଣ ହେଉଛି ; ମୁଣ୍ଡ ବିନ୍ଧା, ଜ୍ୱର, ଗଳା ଯନ୍ତ୍ରଣା, ଥଣ୍ଡାର ସାଧାରଣ ଲକ୍ଷଣ, ଶରୀରେ ଚର୍ମରେ ଲାଲ ଦାଗ, ଦେହ ହାତ ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଓଠ ଅଧିକ ଫାଟିବା, ଥକ୍କାପଣ, ପେଟ ଜନିତ ସମସ୍ୟା, ମାଂସପେଶୀ ଯନ୍ତ୍ରଣା, ନବଜାତ ଓ ଶିଶୁଙ୍କ ଶରୀରର ରଙ୍ଗ ପରିବର୍ତ୍ତନ ହେବା , ଭୋକ ନ ହେବା, ବାନ୍ତି ହେବା, ଅଧିକ ଜ୍ୱର ହେବା ଆଦି ଲକ୍ଷଣକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories