www.samajalive.in
Sunday, December 7, 2025
16.1 C
Bhubaneswar

୫୩ ଦିନରେ କୋଭିଡ ଟିକାକରଣ: ୨କୋଟି ୩୦ଲକ୍ଷ ନେଲେଣି ଟିକା, ୧୧ତମ ସ୍ଥାନରେ ଓଡିଶା

ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣ ୫୩ ଦିନରେ ପହଂଚିଛି। ଆଜି ସକାଳ ସୁଦ୍ଧା ୨କୋଟି ୩୦ଲକ୍ଷ ୮ହଜାର ୭୩୩ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଗତକାଲି ଗୋଟିଏ ଦିନରେ ୨୦ ଲକ୍ଷ ୧୯ ହଜାର ୭୨୩ ଜଣ କୋଭିଡ ପ୍ରତିଷେଧକ ଟିକା ନେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଲକ୍ଷ ୧୫ ହଜାର ୩୮୦ ଜଣ ପ୍ରଥମ ଡୋଜ୍‍ କୋଭିଡ ଟିକା ନେଇଥିବା ବେଳେ ୩ ଲକ୍ଷ ୪ ହଜାର ୩୪୩ ଜଣ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି। ଟୀକାକରଣର ୫୨ ଦିନ ଶେଷ ସୁଦ୍ଧା ୧ କୋଟି ୮୯ ଲକ୍ଷ ୪୩ ହଜାର ୨୮୩ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ ୪୦ ଲକ୍ଷ ୬୫ ହଜାର ୪୫୦ ଜଣଙ୍କୁ ଦ୍ଵିତୀୟ ଡୋଜ ଟିକା ଦିଆଯାଇଛି।

ଆଜି ସୁଦ୍ଧା ରାଜସ୍ଥାନରେ ସର୍ବାଧିକ ୨୩ ଲକ୍ଷ ୨୬ ହଜାର ୯୭୫ ଜଣଙ୍କୁ ଟୀକାକରଣ କରାଯାଇଥିବା ବେଳେ ଗୁଜରାଟରେ ୧୯ ଲକ୍ଷ ୫୩ ହଜାର ୧୪୮, ମହାରାଷ୍ଟ୍ରରେ ୧୯ ଲକ୍ଷ ୪୦ ହଜାର ୩୬୯, ଉତ୍ତରପ୍ରଦେଶରେ ୧୯ ଲକ୍ଷ ୧୮ ହଜାର ୩୨୯, ପଶ୍ଚିମବଙ୍ଗରେ ୧୭ ଲକ୍ଷ ୩୦ ହଜାର ୨୨, ମଧ୍ୟପ୍ରଦେଶରେ ୧୧ ଲକ୍ଷ ୭୬ ହଜାର ୩୩୨, କେରଳରେ ୧୧ ଲକ୍ଷ ୨୯ ହଜାର ୬୯୧, ବିହାରରେ ୧୦ ଲକ୍ଷ ୪୪ ହଜାର ୩୬୯, କର୍ଣ୍ଣାଟକରେ ୧୦ ଲକ୍ଷ ୧୩ ହଜାର ୧୯୫ ଏବଂ ତାମିଲନାଡୁରେ ୯ ଲକ୍ଷ ୫୭ ହଜାର ୩୪୮ ଜଣଙ୍କୁ କୋଭିଡ ପ୍ରତିଷେଧକ ଦିଆଯାଇଛି।

- Advertisement -

ତେବେ କରୋନା ଟୀକାକରଣ କ୍ଷେତ୍ରରେ ଓଡ଼ିଶା ଏକାଦଶ ସ୍ଥାନରେ ରହିଛି। ଟିକାକରଣର ପ୍ରଥମ ୨୦ ଦିନ ମଧ୍ୟରେ ରାଜ୍ୟରେ ଟୀକାକରଣରେ ଅଗ୍ରଗତି ଦେଖାଦେଇଥିବା ବେଳେ ଏବେ ତାହା ହ୍ରାସ ପାଇଛି। ଆଜି ସୁଦ୍ଧା ହୋଇଥିବା ୯ ଲକ୍ଷ ୭ ହଜାର ୯୯୬ ଟିକାକରଣ ମଧ୍ୟରୁ ୬ ଲକ୍ଷ ୭୬ ହଜାର ୨୦୯ ଜଣଙ୍କୁ ପ୍ରଥମ ଡୋଜ୍‍ ଏବଂ ୨ ଲକ୍ଷ ୩୧ ହଜାର ୭୮୭ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories