ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ଦେଶରେ ୨୪ ଘଣ୍ଟାରେ ୯୩ ହଜାର ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫,୬୧୯ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଲକ୍ଷ ୮ହଜାର ୧୫କୁ ବୃଦ୍ଧି ପାଇଛି। ଏହାସହ ମୋଟ ସକ୍ରିୟ କେସ ୧,୦୧,୩ ,୯୬୪ରହିଥିବା ବେଳେ ୪୨,୦୮,୪୧୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଦେଶରେ ୨୪ ଘଣ୍ଟାରେ ୯୩ ହଜାର ୩୩୭କରୋନା ପଜିଟିଭ ଚିହ୍ନଟ, ୧୨୪୭ କରୋନା ଆକ୍ରାନ୍ତଙ୍କ ମୃତ
Popular Categories



