www.samajalive.in
Friday, December 12, 2025
23.1 C
Bhubaneswar

ଓଡ଼ିଶା ଦେଶରେ ଦ୍ବିତୀୟ: କରୋନା ପରୀକ୍ଷାରେ ବହୁ ଆଗୁଆ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା

କରୋନା ପରୀକ୍ଷାରେ ଓଡ଼ିଶା ଦେଶରେ ଦ୍ବିତୀୟ। ଦିନକରେ ଏକ ନିୟୁତ ଲୋକସଂଖ୍ୟାରେ ଟେଷ୍ଟ ହାରରେ ଓଡ଼ିଶା ଦ୍ବିତୀୟ। ୧୦ଲକ୍ଷ ନମୁନା ପରୀକ୍ଷା ବର୍ଗରେ ପ୍ରଥମ ସ୍ଥାନରେ ଗୋଆ; ଜାତୀୟ ହାରଠୁ ଓଡିଶାରେ ହୋଇଛି ଅଧିକ ନମୂନା ପରୀକ୍ଷା ହୋଇଛି। ବଡ ବଡ଼ ରାଜ୍ୟ ତୁଳନାରେ ଓଡିଶା ଆଗରେ ରହିଛି। କରୋନା ନମୁନା ପରୀକ୍ଷାରେ ଅନ୍ୟ ରାଜ୍ୟ ପାଇଁ ଓଡିଶା ଆଦର୍ଶ ପାଲଟିଛି। ଓଡିଶାରେ ପ୍ରତିଦିନ ୫୦ ହଜାରରୁ ଅଧିକ ପରୀକ୍ଷା କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। କରୋନା ଭୂତାଣୁ ନମୁନା ପରୀକ୍ଷାରେ ଦେଶରେ ଗୋଆ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟରେ ଓଡିଶାରେ ଓ ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି ।ଆଜି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ଏକ ନିୟୁତ ଜନସଂଖ୍ୟାରେ ଦିନକୁ କେତେ ସଂଖ୍ୟକ କରୋନା ଆକ୍ରାନ୍ତଙ୍କ ପରୀକ୍ଷା କରୁଛନ୍ତି ସେଥିନେଇ ଏକ ପରିସଂଖ୍ୟାନ୍‌ ବାର୍‌ ଚାଟ୍‌ ଟ୍ବିଟ୍‌ ଯୋଗେ ପ୍ରକାଶ କରାଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ଭାରତରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହୁଛି। ଏଠାରେ ଏକ ମିଲିୟନ୍ ଲୋକ ସଂଖ୍ୟାରେ ସର୍ବାଧିକ କରୋନା ପରୀକ୍ଷା କରାଯାଉଛି। ଓଡ଼ିଶାରେ ଦିନକୁ ୧,୨୬୫ କୋଭିଡ୍‌ ପରୀକ୍ଷା କରାଯାଉଛି, ଯାହା ଜାତୀୟ ହାରଠାରୁ ଅଧିକ ବୋଲି କୁହାଯାଇଛି। ଭାରତରେ ପ୍ରାୟ ୫୮୦ଜଣ କୋଭିଡ୍‌ ପରୀକ୍ଷା କରାଯାଉଥିବେଳେ ଓଡ଼ିଶା ଯଥେଷ୍ଟ ଆଗରେ ରହିଛି। ଓଡ଼ିଶାରେ ଏକ ଲକ୍ଷ ଲୋକ ସଂଖ୍ୟାରେ ଅତିରିକ୍ତ ୬୮୫ଜଣଙ୍କ କୋଭିଡ୍‌ ପରୀକ୍ଷା ହେଉଛି।
ମଧ୍ୟ ପ୍ରଦେଶ ଭଳି ବଡ଼ ରାଜ୍ୟରେ ଏକ ମିଲିୟନ୍‌ ଜନସଂଖ୍ୟାରେ ଦୈନିକ ୨୨୪, ରାଜସ୍ଥାନ ୩୦୯, ପଶ୍ଚିମବଙ୍ଗ ୩୬୫, ବିହାର ୪୦୮, କେରଳ ୫୩୪, ପଞ୍ଜାବ ୫୪୬ ଓ ମହାରାଷ୍ଟ୍ରରେ ୫୭୯ ରହିଛି। କରୋନା ଭୂତାଣୁ ନମୁନା ପରୀକ୍ଷଣରେ ଦିଲ୍ଲୀ, କର୍ଣ୍ଣଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟଠାରେ ଓଡ଼ିଶା ଆଗରେ ରହିଛି। ଓଡିଶାରେ ପ୍ରତିଦିନ ୫୦ ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ କରାଯାଉଛି, ଯାହା ଅନ୍ୟ ବଡ଼ ରାଜ୍ୟମାନଙ୍କ ପାଇଁ ଆଦର୍ଶ ବୋଲି କୁହାଯାଇଛି।

- Advertisement -

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ କୋଭି଼ଡ୍ ପଜିଟିଭ୍ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ପ୍ରଥମ ୬ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଦୈନିକ ପାଖାପାଖି ୫୦ହଜାର ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଯଥେଷ୍ଟ କମ୍ ସଂଖ୍ୟକ ଲୋକଙ୍କ ପାଖରେ କରୋନା ପଜିଟିଭ୍ ଚିହ୍ନଟ କରାଯାଉଛି। ଜାତୀୟ ହାର ଏ କ୍ଷେତ୍ରରେ ୮.୬୯% ଥିବା ବେଳେ ଓଡ଼ିଶା ୬% ରହିଛି। ଅର୍ଥାତ୍ ଜାତୀୟସ୍ତରରେ ପ୍ରତି ଶହେ ଜଣରେ ୮.୬୯ ଜଣ ସଂକ୍ରମିତ ହେଉଥିବା ବେଳେ ଓଡ଼ିଶାରେ ଏହି ହାର ୬ ରହିଛି। ତାମିଲନାଡ଼ୁ (୮.୨୦%), କେରଳ (୭.୮୦%), ବିହାର (୭.୧୦%), ଆସାମ (୬.୫ ୦%)ଓ ଗୁଜୁରାଟ (୬.୪୦%)ଠାରୁ ଓଡ଼ିଶାର ପ୍ରଦର୍ଶନ ବେଶ୍ ଭଲ ରହିଛି। ଓଡ଼ିଶା ଉପରେ ଉତ୍ତରପ୍ରଦେଶ (୪.୬୦%) , ମଧ୍ୟପ୍ରଦେଶ (୪.୬୦%), ପଞ୍ଜାବ (୪.୧୦%), ରାଜସ୍ଥାନ (୪.୦୦%) ରହିଥିବା ଜଣାପଡ଼ିଛି।

 

Hot this week

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

Related Articles

Popular Categories