www.samajalive.in
Wednesday, December 10, 2025
26.1 C
Bhubaneswar

କୋଭିଡ ପରିଚାଳନାରେ ଅବ୍ୟବସ୍ଥା ନେଇ ଅଭିଯୋଗ

ଆଠଗଡ: ଆଠଗଡ ଅଞ୍ଚଳରେ କୋଭିଡ ପରିଚାଳନାରେ ବ୍ୟାପକ ଅବହେଳା ଓ ଅବ୍ୟବସ୍ଥାକୁ ନେଇ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ ବିକାଶ ପରିଷଦ ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯିବା ସହ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଆଠଗଡ ଉପଖଣ୍ଡରେ କୋଭିଡ ପରିଚାଳନାରେ ଉଦାସୀନତା ଏବଂ ଅପାରଗତା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍‍ବେଗଜନକ ଭାବେ ବଢିବାରେ ଲାଗିଛି ବୋଲି ବିକାଶ ପରିଷଦର ସଭାପତି ରାମନାରାୟଣ ମହାନ୍ତି ଅଭିଯୋଗ କରିଛନ୍ତି। ଆଠଗଡ ଉପଖଣ୍ଡରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଆଠଗଡରେ ମାଧପୁରଠାରେ ଜିମସାର କୋଭିଡ ଚିକିତ୍ସାଳୟ ଏବଂ ବଡମ୍ବାଠାରେ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ସେଠାରେ ରୋଗୀଙ୍କୁ ସଠିକ ଓ ଉପଯୁକ୍ତ ଚିକିତ୍ସା ସୁବିଧା ଦିଆଯାଇ ପାରୁନାହିଁ।

ଏଠାରେ କରୋନା ରୋଗୀଙ୍କୁ ଉପଯୁକ୍ତ ତଥା ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦେବା ସହ କରୋନା ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଆଖିଦୃଷ୍ଟିଆ ପଦକ୍ଷେପ ନେବା ଲାଗି ଆଠଗଡ ବିକାଶ ପରିଷଦ ପକ୍ଷରୁ ଏକ ୭ଦଫା ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସରକାର ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବିକାଶ ପରିଷଦ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ ଜିମସାରରେ ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ଥାଇ ମଧ୍ୟ ରୋଗୀଙ୍କ ସେବାରେ ଲାଗିପାରୁନଥିବାରୁ ସେଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରି ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା, ଘରେ ପୃଥକବାସରେ ରହି ଚିକିତ୍ସାଧିନ ରୋଗୀଙ୍କ ପାଖକୁ ପ୍ରତିଦିନ ଡାକ୍ତରୀଦଳ ପଠାଇ ଉପଯୁକ୍ତ ଚିକିତ୍ସା ପରାମର୍ଶ ଦେବା, କୋଭିଡ ଚିକିତ୍ସାଳୟରେ ଥିବା ରୋଗୀଙ୍କ ସଂପର୍କୀୟଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ନିୟମିତ ତଥ୍ୟ ପ୍ରଦାନ କରିବା, କଟକ ସାଂସଦ ଭର୍ତ୍ତୃହରୀ ମହାତାବ ଓ ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ପକ୍ଷରୁ ଜିମସାରକୁ କୋଭିଡ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେଉଥିବା ଅନୁଦାନର କିପରି ବିନିଯୋଗ କରାଯାଉଛି ତାର ପୂର୍ଣ୍ଣ ବିବରଣୀ ପ୍ରଦାନ କରିବା, ଆଠଗଡରେ କରୋନା ରୋଗୀଙ୍କ ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଉ ଏକ କୋଭିଡ ଚିକିତ୍ସାଳୟ ପ୍ରତିଷ୍ଠା କରିବା, ଚିକିତ୍ସାଳୟରେ କରୋନା ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ, ପାନୀୟ ଶୌଚାଳୟ ଓ ସଫେଇ ବ୍ୟବସ୍ଥା କରିବା ଏବଂ ଆଠଗଡ ପ୍ରଶାସନ ପକ୍ଷରୁ ଜନଗହଳି, ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଉପରେ କଡାକଡି କଟକଣା କରିବା, ନିୟମିତ ଯାଞ୍ଚ କରିବା, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଶୋଧନ କରିବା ଲାଗି ପଦକ୍ଷେପ ନେବାଲାଗି ଦାବି କରାଯାଇଛି।

- Advertisement -

ଏହି ସ୍ମାରକପତ୍ରକୁ ସଭାପତି ଶ୍ରୀ ମହାନ୍ତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ପ୍ରଜ୍ଞାପରମିତା ପୃଷ୍ଟିଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହାର ନକଲ କଟକ ସାଂସଦ, ଆଠଗଡ ଓ ବଡମ୍ବା ବିଧାୟକ, କଟକ ଜିଲ୍ଲାପାଳ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ନିରଞ୍ଜନ ରଥଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଶ୍ରୀ ମହାନ୍ତିଙ୍କ ସହିତ ପରିଷଦର ଉପଦେଷ୍ଟା ବିକ୍ରମ ଦାସ, ପ୍ରମୋଦ ଜେନା, ଜ୍ଞାନରଞ୍ଜନ ମହାପାତ୍ର, ଶରତ ରଣା, ଲଳିତ ରଞ୍ଜନ ସାହୁ, ଅନିଲ ସିଂହ, ଶ୍ରୀନିବାସ ପତ୍ରୀ, ସରୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories