ଆଠଗଡ : ଆଠଗଡ ଇନରହ୍ୱିଲ କ୍ଲବ ପକ୍ଷରୁ ମଙ୍ଗଳବାର ଏନଏସିର ସ୍ୱଚ୍ଛକର୍ମୀଙ୍କୁ କରୋନା ସଚେତନତା ସହିତ ତୁଣ୍ଡି ଓ ସାନିଟାଇଜର ବଣ୍ଟନ କରାଯାଇଛି । କ୍ଲବର ସଭାନେତ୍ରୀ ନିରଜ ନଳିନୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଆଭାସି କାର୍ଯ୍ୟକ୍ରମ ଜରିଆରେ ପ୍ରଥମେ କ୍ଲବର ସଦସ୍ୟମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇଁ କିପରି ପଦକ୍ଷେପ ନେବେ ସେ ସଂପର୍କରେ ପରାମର୍ଶ ଦିଆଯାଇଥିଲା । ପରେ ପରେ ଏନଏସିରେ ବ୍ୟାଟେରୀ ଚାଳିତ ମଇଳା ଉଠା ଗାଡି ଚଳାଉଥିବା ସ୍ୱଚ୍ଛସାଥୀଙ୍କୁ ସଚେତନ କରାଯିବା ସହ ସେମାନଙ୍କୁ ତୁଣ୍ଡି ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । କ୍ଲବ ପକ୍ଷରୁ ଅନୁଷ୍ଠିତ ଆଭାସି ଆଲୋଚନାଚକ୍ରରେ ପୂର୍ବତନ ସଭାନେତ୍ରୀ କଳ୍ପଲତା ଦାଶ, ପୁଲିନ ମିଶ୍ର, ମଞ୍ଜୁଳା ଦାସ, ସୁଷମା ମିଶ୍ର, ପ୍ରଣତି ପଣ୍ଡା, ମଞ୍ଜୁଲତା ମହାଳିକ, ଅଞ୍ଜନା ମିଶ୍ର, ଗାୟତ୍ରୀ ଆଚାର୍ଯ୍ୟ, ଜସ୍ମିନ ପଟ୍ଟନାୟକ, ଦୀପାଳି ଦାଶ ପ୍ରମୁଖ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ ।
Popular Categories


