www.samajalive.in
Sunday, December 7, 2025
13.1 C
Bhubaneswar

କୋଭିଡ-୧୯ ଅପଡେଟ୍ : ୨୩ଟି ରାଜ୍ୟର ୭୮ଟି ଜିଲ୍ଲାରେ ୧୪ ଦିନ ମଧ୍ୟରେ ନୂଆ ସଂକ୍ରମଣ ମାମଲା ନାହିଁ

ନୂଆଦିଲ୍ଲୀ : କୋଭିଡ-୧୯ର ମୁକାବିଲା, ନିରାକରଣ ଓ ପ୍ରତିରୋଧ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି ।

ଗୁରୁବାର ସୁଦ୍ଧା ୧୨ରୁ ଊର୍ଦ୍ଧ୍ବ ଜିଲ୍ଲାରେ ୨୮ ଦିନରୁ ଅଧିକ ସମୟ ହେବ ଗୋଟିଏ ହେଲେ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ । ୨୧ ଏପ୍ରିଲ, ୨୦୨୦ ପରେ ଏହି ତାଲିକାରେ ୮ଟି ନୂଆ ଜିଲ୍ଲା ଯୋଡ଼ି ହୋଇଛି । ଏଗୁଡ଼ିକ ହେଲା : କର୍ଣ୍ଣାଟକର ଚିତ୍ରଦୁର୍ଗ, ଛତିଶଗଡ଼ର ବିଳାସପୁର, ମଣିପୁରର ପଶ୍ଚିମ ଇମ୍ଫାଲ, ମିଜୋରାମର ପଶ୍ଚିମ ଆଇଜଲ, ତେଲଙ୍ଗାନାର ଭଦ୍ରଦାରୀ କୋଠାଗୁଡ଼େମ, ଉତ୍ତର ପ୍ରଦେଶର ପିଲିଭିତ, ପଞ୍ଜାବର ଏସବିଏସ ନଗର ଏବଂ ଗୋଆର ଦକ୍ଷିଣ ଗୋଆ।

- Advertisement -

ସେହିପରି ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୭୮ଟି ଜିଲ୍ଲାରେ ବିଗତ ୧୪ ଦିନ ମଧ୍ୟରେ ଗୋଟିଏ ହେଲେ ନୂଆ ସଂକ୍ରମଣ ମାମଲା ଚିହ୍ନଟ କରାଯାଇନାହିଁ ।

ଏବେ ସୁଦ୍ଧା ୧୯.୮୯ ହାରରେ ୪,୨୫୭ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୦୯ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଏବଂ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ମୋଟ ୨୧,୭୯୭ ଜଣ କୋଭିଡ-୧୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୬୮୬ ଜଣଙ୍କର ମୃତ୍ୟୁ ଘଟିଛି ।

କୋଭିଡ-୧୯ ମହାମାରୀ ସଂକ୍ରମଣ ପରିସ୍ଥିତିକୁ ଆଖି ଆଗରେ ରଖି ମହାମାରୀ ରୋଗ ଆଇନ, ୧୮୯୭ରେ ସଂଶୋଧନ ଆଣିବା ଲାଗି ଅଧ୍ୟାଦେଶ ଜାରି କରାଯାଇଛି। ଏହି ଅଧ୍ୟାଦେଶର ନାମ ରଖାଯାଇଛି ମହାମାରୀ ରୋଗ (ଆଇନ) ଅଧ୍ୟାଦେଶ ୨୦୨୦, ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ, “ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ବିରୋଧରେ କୌଣସି ପ୍ରକାରର ହିଂସାତ୍ମକ କାର୍ୟ୍ୟକଳାପ ଏବଂ କୌଣସି ସମ୍ପତ୍ତିର କ୍ଷତି କିମ୍ବା ନଷ୍ଟ କରିବାକୁ ନିଷିଦ୍ଧ କରାଯାଇଛି”। ଏହି ଅଧ୍ୟାଦେଶରେ କୌଣସି ପ୍ରକାର ହିଂସାକୁ ଦଣ୍ଡନୀୟ ଏବଂ ଜାମିନବିହିନ ଅପରାଧ ଭାବେ ଅଭିହିତ କରାଯାଇଛି ।

ଏପରି ହିଂସାରେ ଲିପ୍ତ ରହିବା କିମ୍ବା ଷଡ଼ଯନ୍ତ୍ର କରିବାକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ତିନି ମାସରୁ ୫ ବର୍ଷ ପର୍ୟ୍ୟନ୍ତ ଜେଲଦଣ୍ଡ ଏବଂ ୫୦,୦୦୦ ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଲାଗୁ ହେବ । ଗୁରୁତର କ୍ଷତି ଘଟାଇଥିଲେ ୬ ମାସରୁ ୭ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ଏବଂ ୧ଲକ୍ଷରୁ ୫ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡବିଧାନ କରାଯିବ। ଏହା ବ୍ୟତୀତ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ସହିତ ନଷ୍ଟ ହୋଇଥିବା ସମ୍ପତ୍ତିର ବଜାର ଦର ଠାରୁ ଦୁଇ ଗୁଣ ହାରରେ ଜୋରିମାନା ଆଦାୟ କରାଯିବ (ଏହାକୁ ଅଦାଲତ ନିର୍ଦ୍ଧାରଣ କରିବେ) ।

କୋଭିଡ-୧୯ ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

କୋଭିଡ-୧୯ ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି  technicalquery.covid19@gov.inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019@gov.inରେ ଇମେଲ କରନ୍ତୁ।

କୋଭିଡ-୧୯ ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +୯୧-୧୧-୨୩୯୭୮୦୪୬ କିମ୍ବା୧୦୭୫ (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-୧୯ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories