ଦେଶରେ ଆଉ ନୂଆ ସଂକ୍ରମିତ ୪୪,୬୫୮ ; ମୃତ ୪୯୬

ନୂଆଦିଲ୍ଲୀ : ପୁଣି ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ଗତ ୨୪ ଘଣ୍ଟାରେ ଆଉ ୪୪,୬୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୦୩,୧୮୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୪୯୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୬,୮୬୧ରେ ପହଞ୍ଚିଛି। ମୃତ୍ୟୁହାର ୧.୩୪%। ଦିନକରେ ଆଉ ୩୨,୯୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୧୮,୨୧,୪୨୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥତା ହାର ୯୭.୬୦%। ୩,୪୪,୮୯୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୧.୦୬%। ଦିନକରେ ୧୮,୨୪,୯୩୧ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୫୧,୪୯,୫୪,୩୦୯ ନମୁନା ପରୀକ୍ଷା କରାଯାଇଛି। ସେହିପରି ୨୪ ଘଣ୍ଟାରେ ୭୯,୪୮,୪୩୯ ଟିକା ନେଇଥିବା ବେଳେ ମୋଟ ୬୧,୨୨,୦୮,୫୪୨ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

kalyan agarbati

Comments are closed.