ନୂଆଦିଲ୍ଲୀ : ଦେଶରେ ପୁଣି ଦୈନିକ ସଂକ୍ରମଣ ୪୫ ହଜାର ଅତିକ୍ରମ କରୁଛି। ୨୪ ଘଣ୍ଟ।।ରେ ଆଉ ୪୬, ୭୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୪୯,୯୪୭କୁ ବୃଦ୍ଧି ପାଇଛି। ଦିନକରେ ଆଉ ୩୧,୩୭୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୮,୫୨,୮୦୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୭.୫୬% । ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୦୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ୪,୩୭,୩୭୦ ମୃତ୍ୟୁବରଣ କରିଛନ୍ତି। ୩,୫୯,୭୭୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଦୈନିକ ସଂକ୍ରମଣ ହାର ୨.୬୬ % ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୧୯% । ଦିନକରେ ୧,୦୩,୩୫,୨୯୦ ଟିକା ନେଇଥିବା ବେଳେ ମୋଟ ୬୨,୨୯,୮୯,୧୩୪ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।



