www.samajalive.in
Thursday, December 11, 2025
26.1 C
Bhubaneswar

କରୋନାକୁ ପରାସ୍ତ କରିବ ଭାରତ, ଆରୋଗ୍ୟ ହାର ୯୦ ପ୍ରତିଶତ

କୋଭିଡ ଆରୋଗ୍ୟ ହାର ୯୦ ପ୍ରତିଶତରେ ପହଞ୍ଚିବା ପରେ ଦେଶ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦେଶରେ ଏପର୍ଯ୍ୟନ୍ତ ୭୦ ଲକ୍ଷ ୭୮ ହଜାର ବ୍ୟକ୍ତି କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିସାରିଲେଣି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୮.୫ ପ୍ରତିଶତରୁ ନିମ୍ନକୁ ହ୍ରାସ ପାଇଛି ଓ ବର୍ତ୍ତମାନ ୬ ଲକ୍ଷ ୬୮ ହଜାର ୧୫୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ କୋଭିଡ ଆକ୍ରାନ୍ତ ସୁସ୍ଥ ହେବା ସହ ମୃତ୍ୟୁହାର ମଧ୍ୟ କମିବାରେ ଲାଗିଛି। ଆରୋଗ୍ୟ ହାର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ୧୦.୬ ଗୁଣ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବାବେଳେ ୫୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି, ଦେଶବ୍ୟାପୀ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ରର ମାନକ ଚିକିତ୍ସା ପଦ୍ଧତି ଲାଗୁ କରିବା ଏବଂ ଡାକ୍ତର, ପାରାମେଡିକ୍‍ ଓ ସମ୍ମୁଖ ଭାଗର କର୍ମଚାରୀମାନଙ୍କର ଅବଦାନ ଯୋଗୁଁ ଦେଶରେ ଆରୋଗ୍ୟ ହାର ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି।

- Advertisement -

ଦେଶରେ କୋଭିଡ୍‍ ଜନିତ ମୃତ୍ୟୁହାର ମଧ୍ୟ ୧.୫୧ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ଭିତରେ ୫୭୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ଭିତରେ ୧୧ ଲକ୍ଷ ୪୧ ହଜାର ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଦେଶରେ ଏପର୍ଯ୍ୟନ୍ତ ମୋଟ୍‍ ୧୦ କୋଟି ୨୫ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି। ଜାନୁଆରୀ ମାସରେ ଗୋଟିଏ କୋଭିଡ ଟେଷ୍ଟିଂ ଲାବୋରେଟୋରୀ ଥିବାବେଳେ ବର୍ତ୍ତମାନ ଦେଶରେ ୨ ହଜାର ୩ଟି ଏଭଳି ଲାବୋରେଟୋରୀ କାର୍ଯ୍ୟ କରୁଥିବା ମନ୍ତ୍ରଣାଳୟ ସୂଚନା ଦେଇଛି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories