www.samajalive.in
Friday, December 5, 2025
26.1 C
Bhubaneswar

୬୪ ଲକ୍ଷ ୫୩ ହଜାରରେ ପହଞ୍ଚିଲା ଆରୋଗ୍ୟଙ୍କ ସଂଖ୍ୟା : ଆରୋଗ୍ୟ ହାର ୮୭.୫୬ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୮୭.୫୬ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୦ ହଜାରରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଆରୋଗ୍ୟଙ୍କ ସଂଖ୍ୟା ୬୪ ଲକ୍ଷ ୫୩ ହଜାରରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ଭିତରେ ଆଉ ୮୯୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୧୬୧ରେ ପହଞ୍ଚିଛି। ଦେଶରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ୧.୫୨ % ରହିଛି। ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୩ , ୩୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୯କୁ ବୃଦ୍ଧି ପାଇଛି। ମୋଟ ୮,୦୪,୫୨୮ ସକ୍ରିୟ ଆକ୍ରନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -

ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ଲକ୍ଷ ୨୮ ହଜାର ନମୁନା ପରୀକ୍ଷା କରାଯାଇଛି। ଫଳରେ ଏହା ୯ କୋଟି ୨୨ ଲକ୍ଷ ୫୪ରେ ପହଞ୍ଚିଛି। କେନ୍ଦ୍ର ସରକାର ଓ ଭାରତୀୟ ଭେଷଜ ଗବେଷଣା ପରିଷଦ-ଆଇସିଏମ୍‍ଆର ପକ୍ଷରୁ ନମୁନା ପରୀକ୍ଷା ଭିତ୍ତିଭୂମି ବୃଦ୍ଧି କରାଯାଇଛି। ଇତିମଧ୍ୟରେ ଏହା ଦୈନିକ ୧୫ଲକ୍ଷ ଛୁଇଁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଉଚ୍ଚମାନର ଟେଷ୍ଟିଂ ବ୍ୟବସ୍ଥା ଯୋଗୁଁ କୋଭିଡ-୧୯ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରାଯିବା ସହ ଫଳପ୍ରଦ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରୁଛି। ଫଳରେ ମୃତ୍ୟୁସଂଖ୍ୟା
କମିବାରେ ଲାଗିଛି।
ଗତ ଜାନୁଆରୀରେ ନମୁନା ପରୀକ୍ଷଣ ଲାଗି ପୁଣେଠାରେ ନ୍ୟାସନାଲ୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଭାଇରୋଲୋଜି ଗୋଟିଏ ମାତ୍ର ପରୀକ୍ଷା ଗବେଷଣାଗାର ଥିଲାବେଳେ ଏବେ ଏହା ୧ହଜାର ୯୪୫ରେ ପହଞ୍ଚିଛି। ସେଥିମଧ୍ୟରୁ ୧ ହଜାର ୧୧୨ଟି ସରକାରୀ ଥିବାବେଳେ ୮୩୩ଟି ଘରୋଇ ପରୀକ୍ଷାଗାର ରହିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories