www.samajalive.in
Tuesday, December 9, 2025
17.1 C
Bhubaneswar

୪୩୨୦ ଜଣଙ୍କୁ ଦିଆଗଲାଣି ପ୍ଲାଜମା, ୨୬୦୩ ହେଲେଣି ସୁସ୍ଥ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ‘ପ୍ଲାଜମା’ ଏକ ଅନନ୍ୟ ପ୍ରକାର ଚିକିତ୍ସା ସେବା। ଏହାର ଉପାଦେୟତା ଜଟିଳ ରୋଗୀ ବର୍ଗଙ୍କ ପ୍ରତି ବହୁ ଅଧିକ ରହିଛି। ଯେଉଁଥିପାଇଁ ଏହି ଚିକିତ୍ସା ନେଉଥିବା ସୁସ୍ଥଙ୍କ ହାର ୭୫ ପ୍ରତିଶତରୁ ଅଧିକ ରହୁଥିବା ସ୍ୱାସ୍ଥ୍ୟବିଭାଗ ରିପୋର୍ଟରୁ ଜଣାଯାଇଛି। ସୂଚନା ଅନୁଯାୟୀ ରାଜ୍ୟର କଟକ, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ସମ୍ବଲପୁର ଓ କୋରାପୁଟସ୍ଥିତ ଡାକ୍ତରଖାନା ମହାବିଦ୍ୟାଳୟ(ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ)ଗୁଡିକରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ଇତିମଧ୍ୟରେ ୨୧୯୫ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି। ସେମାନଙ୍କଠାରୁ ୪୭୮୨ ବୋତଲ ପ୍ଲାଜମା ସଂଗ୍ରହ ହୋଇଥିଲା।

ଏଥିରୁ ଏବେ ସୁଦ୍ଧା ୪୩୨୦ ଜଣ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ପ୍ରଦାନ କରାଯାଇଥିଲା। ଏଥିମଧ୍ୟରେ ୩୩୮୧ଜଣ ପ୍ରଥମ ପାନ ନେଇଥିବାବେଳେ ୬୪୮ଜଣ ଦ୍ୱିତୀୟ ପାନ ନେଇଥିଲେ। ଏବେ ସୁଦ୍ଧା ୨୬୦୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରଲେଣି। ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ କଟକ ଜିଲାରୁ ୧ହଜାର ୩୦ଜଣ କରୋନା ଆକ୍ରାନ୍ତ ରହିଥିବାବେଳେ ଖୋର୍ଦ୍ଧାରୁ ୧୪୪, ସୁନ୍ଦରଗଡ଼ରୁ ୩୮୦, ଗଞ୍ଜାମରୁ ୬୯୩, ସମ୍ବଲପୁରରୁ ୩୨୭ ଏବଂ କୋରାପୁଟରୁ ୨୯ଜଣ ଅଛନ୍ତି। ଆଗାମୀ ଦିନରେ ପ୍ଲାଜମା ସଂଗ୍ରହ ଅଧିକ ହେଲେ ବହୁ ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories