www.samajalive.in
Tuesday, December 9, 2025
16.1 C
Bhubaneswar

ପୂର୍ବ ସୂଚନା ନ ଥିଲେ ଯାଇପାରିବନି ଟିକାକେନ୍ଦ୍ର

ଭୁବନେଶ୍ୱର: ଟିକାକରଣ ପାଇଁ ଦୂରଭାଷ ଯନ୍ତ୍ରରେ ବାର୍ତ୍ତା ଯିବ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ଅବଗତ କରାଯାଉଛି। ଏହାସତ୍ୱେ କେତେକ କ୍ଷେତ୍ରରେ ଲୋକେ ବିନା ସୂଚନାରେ ଟିକାକରଣ କେନ୍ଦ୍ରରେ ଯାଇ ଅଯଥା ଭିଡ଼ ଜମାଉଥିବା ପରିଲକ୍ଷିତ ହୋଇଛି। ଏହାକୁ ଏଣିକି ବରଦାସ୍ତ କରାଯିବ ନାହିଁ। ଟିକାକରଣ ଲାଗି ଆଉ ମିଛ ବାହାନା ଚଳିବ ନାହିଁ। ଯେଉଁମାନଙ୍କ ନିକଟକୁ ଦୂରଭାଷ ଯନ୍ତ୍ର ଜରିଆରେ ବାର୍ତ୍ତା ଯିବ ସେମାନେ ହିଁ ଟିକାକରଣ କେନ୍ଦ୍ର ଯାଇ ପାରିବେ ବୋଲି ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ବୁଧବାର ବରିଷ୍ଠ ପଦାଧିକାରୀଙ୍କ ସହିତ ବୈଠକ ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଏଣିକି ତାଲାବନ୍ଦ ନିୟମକୁ କଡାକଡ଼ି କର। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖାଯାଇଛି। ପରିବା ଓ ଫଳ ଦୋକାନକୁ ବିକେନ୍ଦ୍ରୀକରଣ କରି ରଖିବାକୁ କୁହାଯାଇଛି। ଏହାକୁ ଲୋକେ ଠିକଣା ଭାବେ ପାଳନ କରିବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଜନସାଧାରଣଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ମାଧ୍ୟମରେ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଆଜିର ଆଭାସି ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ପ୍ରଦୀପ ଜେନା, ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ବିଏମସି ଆୟୁକ୍ତ ପ୍ରେମଚନ୍ଦ୍ର ଚୌଧାରୀ, କଟକ-ଭୁବନେଶ୍ବର ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ମହାନଗର ଆୟୁକ୍ତ ଅନନ୍ୟା ଦାସ ପ୍ରମୁଖ ସାମିଲ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories