www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା ଯୁଦ୍ଧ : ୫୯ ଲକ୍ଷ ଦାନ କଲେ ଗାଭାସ୍କର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମଧ୍ୟ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। ଗାଭାସ୍କର ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ୫୯ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି(ପିଏମ-କେୟାର ଫଣ୍ଡ)କୁ ୩୫ ଲକ୍ଷ ଟଙ୍କା ଦେଇଥିବାବେଳେ ମହାରାଷ୍ଟ୍ର ସରକାରଙ୍କୁ ୨୪ ଲକ୍ଷ ଟଙ୍କା ଦେଇଛନ୍ତି।
ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ମଧ୍ୟ ଏହି ସଂଗ୍ରାମରେ ଭାଗ ନେଇଛନ୍ତି।
ଏହି କଠିନ ପରିସ୍ଥିତିରେ ନିସ୍ୱାର୍ଥପର ଭାବେ ସେବା କରୁଥିବା ଡାକ୍ତର, ପାରା ମେଡିକାଲ କର୍ମଚାରୀ ଏବଂ ପୋଲିସ ସମେତ ସମସ୍ତ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଚେତେଶ୍ୱର ପୂଜାରା ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ’ମୋର ପରିବାର ଏବଂ ମୁଁ ପିଏମ-କେୟାର ଫଣ୍ଡ ଏବଂ ଗୁଜରାଟର ସିଏମ ରିଲିଫ ପାଣ୍ଠିରେ ସହଯୋଗ କରିଛୁ ଏବଂ ଆଶା କରୁଛି ଆପଣ ମଧ୍ୟ  କରିବେ।’
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ହିଟମ୍ୟାନ ରୋହିତ ଶର୍ମା, ଟେଷ୍ଟ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଆଇପିଏଲ ତାରକା ସୁରେଶ ରାଇନା, ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ, କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର, ପୂର୍ବତନ ସ୍ପିନର ହରଭଜନ ସିଂ ଏବଂ ଅନେକ ସେଲିବ୍ରିଟିମାନେ କରୋନା ସହିତ ଯୁଦ୍ଧରେ ସାମିଲ ହୋଇଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories