www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ଗୁଜବ: ହ୍ବାଟସଆପ୍ ଆଣିବ ପ୍ରତିବନ୍ଧକ

ନୂଆଦିଲ୍ଲୀ : କରୋନାକୁ ନେଇ କିଛି ଖଳ ପ୍ରକୃତିର ଲୋକ ସୃଷ୍ଟି କରୁଛନ୍ତି ଗୁଜବ । ଏପରି ଭୟ ସୃଷ୍ଟିକାରୀ ଗୁଜବଗୁଡ଼ିକ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେଉଛି । ଏପରିକି ଗୁଜବ ଯୋଗୁଁ କିଛି ସ୍ଥାନରେ ଲୋକମାନେ ଭୀତତ୍ରସ୍ତ ହୋଇ ପଡ଼ୁଛନ୍ତି ଓ କିଛି ଲୋକଙ୍କ ମାନସିକ ଅସନ୍ତୁଳନ ସୃଷ୍ଟି ହୋଇଛି । ତେଣୁ ଏହାକୁ ରୋକିବାକୁ ହ୍ବାଟସଆପ୍ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯାହା ଫଳରେ ଏକ ସମୟରେ ଜଣେ ବ୍ୟବହାରକାରୀ ଗୋଟିଏ ମେସେଜ ପଠାଇ ପାରିବ । ପୂର୍ବରୁ ହ୍ବାଟ୍ସଆପ୍ ବ୍ୟବହାରକାରୀ ଏକ ସମୟରେ ଅସୀମିତ ମେସେଜ୍ ପଠାଇ ପାରୁଥିଲେ। ମାତ୍ର ଏହାକୁ ସଂକୋଚିତ କରାଯାଇ ଏକ ସମୟରେ ସର୍ବାଧିକ ୫ ଜଣଙ୍କୁ ମେସେଜ ପଠାଯାଇ ପାରୁଥିଲା ।
ସଂପ୍ରତି କରୋନା ଜନିତ ଲକ୍ଡ଼ାଉନ୍ ଯୋଗୁଁ କିଛି ଲୋକ ହ୍ବାଟ୍ସଆପ୍, ଫେସବୁକ୍ ପରି ସାମାଜିକ ଗଣମାଧ୍ୟମର ଅନୁଚିତ ଉପଯୋଗ କରୁଥିବା ଅଭିଯୋଗ ହୋଇ ଆସୁଛି । ଭୁଲ ତଥ୍ୟ ପ୍ରଘଟକୁ ରୋକିବା ନିମନ୍ତେ ଫେସବୁକ୍ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories