www.samajalive.in
Saturday, December 6, 2025
23.1 C
Bhubaneswar

କୋଭିଡ଼ ପରୀକ୍ଷାର ଦୁଇ ପ୍ରକାର ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ରୋଗୀ; ଗ୍ରାମରେ ଆତଙ୍କ

ଫୁଲନଖରା : ଜନୈକ ରୋଗୀଙ୍କ କୋଭିଡ଼ ପରୀକ୍ଷାର ଦୁଇଟି ପ୍ରକାରର ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲାବେଳେ ଏହି ଘଟଣାକୁ କେନ୍ଦ୍ର କରି ସମ୍ପୃକ୍ତ ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରୋଗୀ ଜଣକ ଏବେ ମାନସିକ ଚାପରେ ରହିଥିଲାବେଳେ ତାଙ୍କର ସମ୍ଭାବ୍ୟ କରୋନା ପିଜିଟିଭକୁ ନେଇ ଗ୍ରାମରେ ଆତଙ୍କ ଖେଳିଯାଇଛି।

ଘଟଣାରୁ ପ୍ରକାଶ ଯେ, ସଦର ଥାନା ବାରଙ୍ଗ ବ୍ଲକ ଅନ୍ତର୍ଗତ ଉଷୁମା ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ମୁତ୍ରାଶୟ ଜନିତ ରୋଗର ଚିକିତ୍ସା ପାଇଁ ଗତ ୨୧ ତାରିଖରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ନିୟମ ଅନୁସାରେ ସେଠାରେ ତାଙ୍କର ପ୍ରଥମେ ସ୍ୱାବ ପରୀକ୍ଷା କରାଯିବା ପରେ ଆବଶ୍ୟକ ଚିକିତ୍ସା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଗତ ୨୨ ତାରିଖରେ ସମ୍ପୃକ୍ତ ରୋଗୀ ସୁସ୍ଥ ଥିବା ଏବଂ ତାଙ୍କର ସ୍ୱାବ ପରୀକ୍ଷା ରିପୋର୍ଟ ନେଗେଟିଭ ଥିବା ଦର୍ଶାଇ ତାଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଥିଲା। ବ୍ୟକ୍ତି ଜଣକ ନିଜ ଘରେ ଥିଲାବେଳେ ମହୀଧରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଓ ସଦର ଥାନା ପୁଲିସ ତାଙ୍କ ଘରେ ପହଞ୍ଚି ତାଙ୍କୁ କରୋନା ରୋଗୀ (୨୧ତାରିଖର ପଜିଟିଭ ରିପୋର୍ଟ) ବୋଲି ଦର୍ଶାଇ ଗାଡ଼ିରେ ବସିବାକୁ କହିଥିଲେ। ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରି ବ୍ୟକ୍ତି ଜଣକ ନିଜ ପାଖରେ ଥିବା ୨୨ତାରିଖର କୋଭିଡ଼ ନେଗେଟିଭ ରିପୋର୍ଟ ପୁଲିସକୁ ଦେଖାଇଥିଲେ। ଏଥିରେ ଅନ୍ୟୋପାୟ ହୋଇ ପୁଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀ ସେଠାରୁ ଗାଡ଼ି ସହ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଏସସିବିରେ ୨୧ତାରିଖରେ ପଜିଟିଭ ଓ ୨୨ତାରିଖରେ ନେଗେଟିଭ କିପରି ହେଲା ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

- Advertisement -

ଯଦି ରୋଗୀଙ୍କ ୨୧ତାରିଖ ରିପୋର୍ଟ ପଜିଟିଭ ଥିଲା ତେବେ ତାଙ୍କୁ ଚିକିତ୍ସା ନକରି ଛାଡ଼ିଦେଲେ କିପରି ଏହା ଏବେ ସବୁଠୁ ବଡ ପ୍ରଶ୍ନ ସୃଷ୍ଟି କରିଛି। ରାଜ୍ୟର ସବୁଠାରୁ ବଡ଼ ଡାକ୍ତରଖାନାରେ ଏପରି ଦାୟିତ୍ୱହୀନ କାର୍ଯ୍ୟରେ ଅନେକ ବିସ୍ମିତ ହୋଇଥିଲାବେଳେ କୋଭିଡ଼ ଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ କ୍ଷେତ୍ରରେ ଏପରି ଅବହେଳାକୁ ଆଦୌ ବରଦାସ୍ତ କରାଯିବା ଉଚିତ ନୁହେଁ ବୋଲି ମତ ପ୍ରକାଶ ପାଇଛି। ଏହି ପରସ୍ପର ବିରୋଧି ରିପୋର୍ଟକୁ ନେଇ ଉଷୁମା ଗ୍ରାମରେ ଅସନ୍ତୋଷ ଓ ଭୟର ବାତାବରଣ ସୃଷ୍ଟି ହୋଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories