www.samajalive.in
Sunday, December 7, 2025
15.1 C
Bhubaneswar

ବସ୍‌ରୁ ବିପୁଳ ପରିମାଣର କଫସିରପ ଜବତ, ୩ ଗିରଫ

ବଲାଙ୍ଗିର: ଏକ ଯାତ୍ରୀବାହୀ ବସ୍‌ରୁ ଶୁକ୍ରବାର ୨୨୪୦ ବୋତଲ କଫସିରପ ଜବତ କରିଛି ଟାଉନ୍ ପୁଲିସ। ଏଥି ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଗତ ୭ଦିନ ତଳେ ଏକ ବଡ ଚଢାଉ କରାଯାଇ ପ୍ରାୟ ୧୨,୯୬୦ ବୋତଲ କଫସିରପ ଜବତ କରି ୩୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପଚଲିସ। ଆଜି ପୁଣି ଏକ ବଡ଼ ଚଢାଉ କରାଯାଇଥିଲା । କଟକରୁ ଭବାନୀପାଟଣାକୁ ଯାଉଥିବା ଗୋପିନାଥ ବସରେ ଚଢାଉ କରାଯାଇ ୧୪ପେଟି(୨୨୪୦ବୋତଲ କଫସିରପ) ଜବତ କରାଯାଇଛି । ଭୋର ୪ଟା ବେଳେ ଟିଟିଲାଗଡ ରାସ୍ତାର ଶ୍ମଶାନଠାରେ ଏହି କଫସିରପଗୁଡିକ ଓହ୍ଲାଉଥିବା ବେଳେ ପୁଲିସ ଚଢଉ କରିଥିଲା । ୩ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିବ ବୋଲି ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସଦର ଏସଡିପିଓ ତୋଫାନ ବାଗ ଓ ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କଳାହାଣ୍ଡିର ଲାଲଧର ପୁଟେଲ, କଟକ ମଙ୍ଗଳାବାଗର ବିଶ୍ୱନାଥ ମୁଲିଆ, ଯାଜପୁର ଛତିଆ ବଣ୍ଡାଲୋର ମହେଶ୍ୱର ମହାନ୍ତି ଅଛନ୍ତି । ତାଙ୍କଠାରୁ ୪ଟି ମୋବାଇଲ ଫୋନ, ୫୪୪୦ ଟଙ୍କା ମଧ୍ୟ ଜବତ କରାଯାଇଛି । କଟକରୁ ଏହି କଫସିରପ ବଲାଙ୍ଗିର ଆସୁଥିଲା । ଟିଟିଲାଗଡ ରୋଡର ଶ୍ମଶାନ ଘାଟ ନିକଟରେ ଓହ୍ଲାଇ ଅନ୍ୟସ୍ଥାନକୁ ନିଆଯାଇଥାନ୍ତା । ଏହି ସମୟରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଚଢାଉ କରି ଏହାକୁ ଧରିବାରେ ସଫଳ ହୋଇଛି । ଏହି ଚଢାଉରେ ଟାଉନଥାନା ଆଇଆଇସି ବିଶ୍ୱଜିତ ମନବୋଧ, ଏସଆଇ ଏନ.କେ.ଭୋଇ, ଏଏସଆଇ ଏମ.ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories