www.samajalive.in
Thursday, December 11, 2025
16.1 C
Bhubaneswar

କରୋନା ଅପଡ଼େଟ୍ : ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ(ଭାଇରସ୍) ସଂକ୍ରମିତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଛି ଏବଂ ୫୭୦୦ ରୁ ଅଧିକ ଲୋକଙ୍କ ଉପରେ ନଜର ରଖାଯାଉଛି। ଏଥି ସହିତ ମୁମ୍ବଇର କସ୍ତୁରବା ହସ୍ପିଟାଲରେ ମଙ୍ଗଳବାର ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି, ଯାହା ଦେଶରେ ଏପର୍ଯ୍ୟନ୍ତ ତୃତୀୟ ମୃତ୍ୟୁ ଅଟେ। ପୂର୍ବରୁ କର୍ଣ୍ଣାଟକ ଓ ଦିଲ୍ଲୀରେ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଗତକାଲି କରୋନା ରୋଗୀଙ୍କ ସଂଖ୍ୟା ୧୧୪ ଥିବା ବେଳେ ଆଜି ଏହା ୧୩୭ରେ ପହଞ୍ଚିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ମହାରାଷ୍ଟ୍ରରେ ୩୯ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ନାଗରିକ। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

ଏହିଭଳି ସମୟରେ “ଗୋ ଏୟାର” ବିମାନ କମ୍ପାନି ତାର କର୍ମଚାରୀଙ୍କୁ ଛୁଟିରେ ପଠାଇବାକୁ ନିଷ୍ପତ୍ତି ନେଇଛି। ଏହାସହିତ ରେଳବାଇ ପକ୍ଷରୁ ୩୧ଟି ଟ୍ରେନକୁ ବାତିଲ କରିଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories