www.samajalive.in
Monday, December 8, 2025
14.1 C
Bhubaneswar

ଉଦାହରଣ ପାଲଟିଛନ୍ତି ଦୁଇ ନିଷ୍ଠାପର କରୋନା ଯୋଦ୍ଧା

ଆଠଗଡ: ଆଠଗଡ ବ୍ଲକ ଅଞ୍ଚଳରେ ଗତ ମାର୍ଚ୍ଚ ମାସ ପରଠାରୁ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଆରମ୍ଭ ହେବା ଦିନଠାରୁ ନିଜ କର୍ତ୍ତବ୍ୟ ପ୍ରତି ସମର୍ପିତ ଭାବ ରଖି ନିଷ୍ଠାପର ଭାବେ କାର୍ଯ୍ୟ କରିଚାଲିଥିବା ଦୁଇ କରୋନା ଯୋଦ୍ଧା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଆଠଗଡ ବ୍ଲକର ବିଭିନ୍ନ କାର୍ଯ୍ୟାଳୟ ତଥା ପଞ୍ଚାୟତରେ କରୋନା ବିରୋଧରେ ଚାଲିଥିବା ଲଢେଇରେ ଅନେକ ଯୋଦ୍ଧା ରହିଥିଲେ ମଧ୍ୟ ଏହି ଦୁଇ ଜଣଙ୍କର ନିଷ୍ଠାପର ତଥା ଉତ୍ସର୍ଗୀକୃତ କର୍ତ୍ତବ୍ୟ ପରାୟଣତା ଅନ୍ୟମାନଙ୍କ ଠାରୁ ଭିନ୍ନ ଓ ନିଆରା। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଆଠଗଡ ବ୍ଲକର କୋଭିଡ ନୋଡାଲ ଅଧିକାରୀ ଦାୟିତ୍ୱ ନିର୍ବାହ କରୁଥିବା ପଞ୍ଚାୟତ ସମିତି କାର୍ଯ୍ୟନିର୍ବାହୀ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ଓ ଅନ୍ୟ ଜଣଙ୍କ ହେଲେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିସଂଖ୍ୟାନ ସହାୟକ ମନମୋହନ ଦାଶ।

ବ୍ଲକ କୋଭିଡ ନୋଡାଲ ଅଧିକାରୀ ଶ୍ରୀ ଷଡଙ୍ଗୀ ନିଜେ ଅନେକ ପ୍ରକାର ରୋଗରେ ପୀଡିତ ଥିଲେ ମଧ୍ୟ ସେଥିପ୍ରତି ଅଣଦେଖାକରି ଗତ ୫ମାସ ମଧ୍ୟରେ ଗୋଟିଏ ଦିନ ବି ଛୁଟି ନେଇ ନାହାନ୍ତି, ଏପରିକି ପ୍ରତି ସପ୍ତାହନ୍ତ ଛୁଟି ଦିବସଗୁଡିକରେ ମଧ୍ୟ ନିଜ କର୍ତ୍ତବ୍ୟ ସଂପାଦନ କରିଚାଲିଛନ୍ତି। ଆଠଗଡ ବ୍ଲକ ଆସିଥିବା ୧୩୦୧ ଜଣ ପ୍ରବାସୀ ପହଞ୍ଚିବା ପରେ ପରେ ଏକାକୀ ଶ୍ରୀ ଷଡଙ୍ଗୀ ବ୍ଲକ କାର୍ଯ୍ୟାଳୟ ଠାରୁ ସେମାନଙ୍କୁ ବିଭିନ୍ନ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ର ବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ପଠାଇବା, ବ୍ଲକର ୩୪ଟି ପଞ୍ଚାୟତରେ କରାଯାଇଥିବା ୪୨ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀଙ୍କର ରହିବା ଖାଇବା ଆଦି ବିଷୟରେ ନିଜେ ପଞ୍ଚାୟତର ସରପଞ୍ଚଙ୍କ ସହ ଯୋଗାଯୋଗ କରି ପରିଚାଳନା କରିଥିଲେ। ଏଥି ସହିତ ନିଜେ ମହାକାଳବସ୍ତ ପଞ୍ଚାୟତର ଦହିସରା କ୍ଲଷ୍ଟର ଟିଏମସିରେ ସଫେଇ ଲାଗି କେହି ଲୋକ ନମିଳିବାରୁ ଶ୍ରୀ ଷଡଙ୍ଗୀ ନିଜେ ପିପିଇ କିଟ୍‍ ପରିଧାନ କରି ୪ଟି ପାଇଖାନା ଓ ପ୍ରବାସୀଙ୍କ ଶୟନ କକ୍ଷ ସଫେଇ କରିଥିଲେ। ବ୍ଲକର ବିଡିଓ ନିଜେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବାବେଳେ ବ୍ଲକର କରୋନା ସଂପର୍କୀତ ଯାବତୀୟ କାର୍ଯ୍ୟ ଶ୍ରୀ ଷଡଙ୍ଗୀ ଏକାକି ଜଣେ ଦୁଇଜଣ କମ୍ପ୍ୟୁଟର ସହାୟକଙ୍କ ସହଯୋଗରେ କରିଚାଲିଛନ୍ତି।

- Advertisement -

ସେହିପରି ଆଠଗଡ ବ୍ଲକର ସ୍ୱାସ୍ଥ୍ୟ ଦାୟିତ୍ୱରେ ଥିବା ବ୍ରହ୍ମପୁର ସିଏଚସିର ପରିସଂଖ୍ୟାନ ସହାୟକ ମନମୋହନ ଦାଶ ଆଠଗଡ ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା ୧୩ଟି ସ୍ୱାବ୍‍ ସଂଗ୍ରହ ଶିବିର ନିଜେ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବିଭିନ୍ନ ଟିଏମସିରୁ ପ୍ରବାସୀଙ୍କୁ ଶିବିରକୁ ନେବା ଆଣିବା କରିବା କାର୍ଯ୍ୟ ତୁଲାଇବା ସହ ସେହି ଶିବିରରେ ସଂଗୃହିତ ସ୍ୱାବ୍‍ରୁ ଯେଉଁମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ ସେମାନଙ୍କୁ ଦିନ ହେଉ ଅବା ରାତି ନିଜେ ଯାଇ ସତର୍କତାର ସହ କୋଭିଡ ଚିକିତ୍ସାଳୟକୁ ପଠାଇବା ବ୍ୟବସ୍ଥା କରିଥିଲେ। ଏହିଭଳି ପ୍ରାୟ ୫୦ରୁ ଉର୍ଦ୍ଧ କରୋନା ଆକ୍ରାନ୍ତଙ୍କୁ ବିଭିନ୍ନ କୋଭିଡ ଚିକିତ୍ସାଳୟକୁ ପଠାଇବା ଲାଗି ଅନ୍ୟମାନେ ସାହସ କରିନଥିବା ବେଳେ ମନମୋହନ ନିଜେ ସେଠାରେ ପହଞ୍ଚି ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଗତ ଜୁନ ୩୦ତାରିଖରେ ତାଙ୍କର ବ୍ରହ୍ମପୁର ସିଏଚସିରୁ ତିଗିରିଆର ବିନ୍ଧାଣିମା ସିଏଚସିକୁ ବଦଳି ହେବା ପୂର୍ବରୁ ଏପରିକି ସେଠାକୁ ବଦଳି ହେବା ପରେ ମଧ୍ୟ ଆଠଗଡ ବ୍ଲକରେ ସ୍ୱାବ୍‍ ସଂଗ୍ରହ ଶିବିର ପରିଚାଳନା ଓ କରୋନା ଆକ୍ରାନ୍ତଙ୍କୁ କୋଭିଡ ଚିକିତ୍ସାଳୟକୁ ପଠାଇବାରେ ସେ ସହଯୋଗ କରିଥିଲେ। କରୋନା କାଳରେ ଆଠଗଡ ଅଞ୍ଚଳରେ ଏହି ଦୁଇ ଜଣଙ୍କର ଏପରି ଉତ୍ସର୍ଗୀକୃତ ତଥା ନିଷ୍ଠାପର କର୍ତ୍ତବ୍ୟ ପରାୟଣତାକୁ ନିଜେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସ ସ୍ୱୀକାର କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories