ରାଜ୍ୟରେ ପୁଣି ୨ କରୋନା ରୋଗୀ ଚିହ୍ନଟ : ସଂକ୍ରମିତଙ୍କ ସଂଖ୍ୟା ୫୦କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର ରାତିରେ ଆଉ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟ ୫୦କୁ ବୃଦ୍ଧି ପାଇଛି। ଆଜି ସମୁଦାୟ ୨୯୮ଟି ନମୁନା ପରୀକ୍ଷା ହୋଇଥିଲା। ଯେଉଁଥିରୁ ୨୯୬ଟି ନେଗେଟିଭ ଆସିଥିବା ବେଳେ ୨ଟି ପଜିଟିଭ୍ ଆସିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ତେବେ ଏ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଏବେ ୩୭ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।

ସେହିପରି କିଛି ସମୟ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ଲାଗି  ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୦ ଜଣ ବ୍ୟକ୍ତି ସୁସ୍ଥ ହୋଇଥିଲେ। ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୫ ଜଣ, ଭଦ୍ରକରୁ ୨ ଜଣ, କଟକ, ଯାଜପୁର ଓ ପୁରୀରୁ ଜଣେ ଲେଖାଏଁ ଅଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଥିଲା।

Comments are closed.