ମୁମ୍ବଇ : ସମଗ୍ର ବିଶ୍ୱରେ କରୋନା ଭୂତାଣୁ(ଭାଇରସ୍) ହଇଚଇ ସୃଷ୍ଟି କରିଛି। ଏହି ଭୂତାଣୁ ସଂକ୍ରମିତ ହେତୁ ବର୍ତ୍ତମାନ ପର୍ୟ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ଏବଂ ଏଥିରୁ ରକ୍ଷା ପାଇବା ପାଇଁ ସାରା ବିଶ୍ବ ପ୍ରୟାସ ଜାରି ରଖିଛି। ଏଥିରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଏପର୍ଯନ୍ତ କୌଣସି ଟିକା ତିଆରି କରିବାରେ ସକ୍ଷମ ହୋଇ ନାହାଁନ୍ତି। ଏହା ଅତି ସହଜରେ ସଂକ୍ରମିତ ହୋଇଥାଏ।
ସମଗ୍ର ବିଶ୍ୱରେ ଏହି ଭୂତାଣୁ(ଭାଇରସ୍)ରୁ ରକ୍ଷା ପାଇଁ ଉପାୟ ଖୋଜା ଯାଉଛି। ଏହି ସମୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭୟଙ୍କର କ୍ଷୁଦ୍ର ଚଳଚ୍ଚିତ୍ରରେ ଜଣେ ମହିଳା ଏକ ଅଜବ ଭୂତାଣୁ ସଂକ୍ରମିତ ହୋଇଥିବା ଦେଖାଯାଇଛି। କେବଳ ୫ ମିନିଟର ଏହି କ୍ଷୁଦ୍ର ଚଳଚ୍ଚିତ୍ର ସମସ୍ଥଙ୍କୁ ଚକିତ କରିଛି।
ଚଳଚ୍ଚିତ୍ରରେ ଏହା ଦର୍ଶାଯାଇଛି ଯେ, ଜଣେ ମହିଳା ଯିଏ ସର୍ବସାଧାରଣରେ ଥିବା ଏକ ହାତ ଧୋଇବା ଘର(ଓ୍ୱାସ୍ ରୁମ୍)ରେ ଥିବା ଏକ ଡଷ୍ଟବିନରେ ନିଜ ଫୋନ୍ ଖୋଜୁଛନ୍ତି। ଏହି ସମୟରେ ଡଷ୍ଟବିନରେ ଥିବା ଏକ ସିରିଞ୍ଜର ଛୁଞ୍ଚି ତାଙ୍କ ହାତରେ ଅଜାଣତରେ ଫୋଡି ହୋଇଯାଉଛି।
ଛୁଞ୍ଚିଟି ଫୋଡି ହୋଇଯିବା ଫଳରେ ମହିଳାଙ୍କଠାରେ ଏକ ବିପଦଜ୍ଜନକ ଭୂତାଣୁ ସଂକ୍ରମିତ ହେଉଛି। ଯାହା ପରେ ସେ ସମ୍ପୂର୍ଣ୍ଣ ରୂପେ ଭୟଭୀତ ହୋଇ ଏଥିରୁ ରକ୍ଷା ପାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ସମ୍ବନ୍ଧରେ ଜାଣିବା ପାଇଁ ସେ ଫୋନରେ ଖୋଜା ଖୋଜି କରୁଛନ୍ତି। ଏହାପରେ ମହିଳା ଜଣକ ଜାଣି ପାରିଛନ୍ତି ଯେ, ସେ ଏକ ବିପଜ୍ଜନକ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏହି ଫିଲ୍ମକୁ ଏପର୍ଯ୍ୟନ୍ତ ୬ଲକ୍ଷରୁ ଅଧିକ ଥର ଦେଖାଯାଇଛି।
ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି କରୋନା : ଭାଇରାଲ ହେବାରେ ଲାଗିଛି ଏହି କ୍ଷୁଦ୍ର ଚଳଚ୍ଚିତ୍ର
Popular Categories



