www.samajalive.in
Monday, December 8, 2025
13.1 C
Bhubaneswar

ଅଢ଼େଇ ବର୍ଷର ଶିଶୁକନ୍ୟାକୁ କରୋନା ପଜିଟିଭ – ହାଇଦ୍ରାବାଦ ଫେରନ୍ତାଙ୍କ ସହ ବିବାହ ଭୋଜିରେ ସାମିଲ ହୋଇଥିଲା ଶିଶୁ

ନୀଳଗିରି: ମା’ର ପଣତ କାନି ତଳେ ଲୁଚିଛପି ଖେଳୁଥିବା ଅଢ଼େଇ ବର୍ଷର ଶିଶୁକନ୍ୟାକୁ କରୋନା ପଜିଟିଭ। ଏଭଳି ଖବର ଆସିବା ପରେ ବାଲେଶ୍ୱର ଜିଲା ପ୍ରଶାସନର ମୁଣ୍ଡବ୍ୟଥା ହୋଇଯାଇଛି। ଖେଳିଯାଇଛି ନୀଳଗିରି ଅଞ୍ଚଳରେ ଆତଙ୍କ। ନୀଳଗିରି ବ୍ଲକ ତଥା ବରହମପୁର ଥାନା ଅଧୀନସ୍ଥ ଏକ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗାଁର ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାର ଥଣ୍ଡା ଜ୍ୱର ଲାଗି ରହିବାରୁ ପରିବାର ଲୋକେ ତାକୁ ଗତ ୭ତାରିଖରେ ନିକଟସ୍ଥ ବରହମପୁର ମେଡିକାଲକୁ ନେଇଥିଲେ। ଥଣ୍ଡା ଜ୍ୱର ନଛାଡ଼ିବାରୁ ୧୬ତାରିଖରେ ତା’ର ସ୍ୱାବ ଟେଷ୍ଟ ପାଇଁ ଭୁବନେଶ୍ୱର ଯାଇଥିଲା। ସୋମବାର ସମ୍ପୃକ୍ତ ଶିଶୁକନ୍ୟାର ରିପୋର୍ଟରେ କରୋନା ପଜିଟିଭ ବାହାରିଛି। ସମ୍ପୃକ୍ତା ଶିଶୁକନ୍ୟାଙ୍କ ପଡ଼ୋଶୀ ଘରେ ଫେବ୍ରୁୟାରୀ ୧୯ତାରିଖରେ ବିବାହ ଭୋଜି ହୋଇଥିବା ଯୋଗୁ ଉକ୍ତ କାର୍ଯ୍ୟକ୍ରମରେ ଶିଶୁକନ୍ୟାଙ୍କ ସମେତ ତାଙ୍କ ପରିବାର ଲୋକେ ମଧ୍ୟ ଯୋଗ ଦେଇଥିଲେ। ଶିଶୁକନ୍ୟାଟି ଛୋଟ ପିଲା ହୋଇଥିବାରୁ ୟା କୋଳ ତା କୋଳରେ ଗେହ୍ଲ ବସର ହୋଇଥିଲା। ଉକ୍ତ ରିସେପସନକୁ ହାଇଦ୍ରାବାଦ ଫେରନ୍ତା କେତେକ ସମ୍ପର୍କୀୟ ଲୋକ ଆସିଥିଲେ ଏବଂ ସେଠାରୁ ସଂକ୍ରମିତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ସେହିପରି ଶିଶୁକନ୍ୟାଙ୍କ ସମେତ ତାଙ୍କ ପରିବାର ଲୋକେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧର୍ମସଭାରେ ମଧ୍ୟ ଯୋଗ ଦେଇଥିବାରୁ ପ୍ରଶାସନ ପକ୍ଷରୁ ଉକ୍ତ ଦିଗକୁ ମଧ୍ୟ ଦୃଷ୍ଟି ଦିଆଯାଉଛି। କରୋନା ପଜିଟିଭ ସମ୍ପର୍କରେ ଖବରପାଇ ସୋମବାର ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ, ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ତହସିଲଦାର ଅଶେଷ ନାୟକ, ବିଡିଓ ଅନିତା ନାୟକ, ଏସଡିପିଓ ଅମୂଲ୍ୟ ଧର, ବରହମପୁର ମେଡିକାଲ ଅଫିସର ଡା. ସୂରଜ ଜେନା, ଆଇଆଇସି ପ୍ରଭଞ୍ଜନ ବେହେରାଙ୍କ ସମେତ କୋଭିଡ-୧୯ଟିମ, ମେଡିକାଲ ଟିମ ଉକ୍ତ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାଲେଶ୍ୱର ଜିଲାପାଳଙ୍କ ନିର୍ଦେଶକ୍ରମେ ଶିଶୁକନ୍ୟା ଓ ତାଙ୍କ ମା’ଙ୍କୁ କଟକ ଅଶ୍ୱିନୀସ୍ଥିତ କୋଭିଡ-୧୯ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ପରିବାରର ଅନ୍ୟ ସଦସ୍ୟ ଓ ୩ଟି ଘରର ପାଖ ପଡ଼ୋଶୀ ଅର୍ଥାତ ମୋଟ ୨୧ଜଣଙ୍କୁ ବାଲେଶ୍ୱର କ୍ୱାରେଣ୍ଟାଇନ କେନ୍ଦ୍ରରେ ଭର୍ତ୍ତି କରାଯାଇ ସେମାନଙ୍କର ରକ୍ତନମୁନା ସଂଗ୍ରହ କରାଯାଇଛି। ପ୍ରଶାସନ ପକ୍ଷରୁ ଉକ୍ତ ପରିବାରକୁ ରେଡକ୍ରସ ପକ୍ଷରୁ ୧୦ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଯାଇଥିବା ବେଳେ ପଞ୍ଚାୟତର ୩ଟି ୱାର୍ଡ଼କୁ ସିଲ କରାଯାଇ ଅଞ୍ଚଳକୁ ବିଶୋଧନ କରାଯାଇଛି। ଶିଶୁକନ୍ୟାଟି ଗେହ୍ଲ ବସରରେ ବୁଡ଼ି ରହିଥିବା ଯୋଗୁ ତାଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ଓ ପଡ଼ୋଶୀମାନେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଏନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଶିଶୁକନ୍ୟାକୁ କିଭଳି ପଜିଟିଭ ହେଲା ସେନେଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ଶିଶୁକନ୍ୟାକୁ ଗେହ୍ଲ ବସର ଅନ୍ୟମାନଙ୍କ ପାଇଁ କାଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories