www.samajalive.in
Thursday, December 11, 2025
15.1 C
Bhubaneswar

କରୋନା ପାଇଁ କଟକଣା କଡ଼ାକଡ଼ି କଲେ ରାଜ୍ୟ ସରକାର

ଭୁବନେଶ୍ବର: କରୋନା ପାଇଁ କଟକଣା କଡ଼ାକଡ଼ି କଲେ ରାଜ୍ୟ ସରକାର। ନୂଆ କଟକଣା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦେଶନାମା ଜାରି ହୋଇଛି। ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ସର୍ବାଧିକ ସଂଖ୍ୟା ଥିଲା ୫୦୦, ଏବେ ୨୦୦କୁ ଅନୁମତି। ଦାହ ସଂସ୍କାର, ଶୁଦ୍ଧକ୍ରିୟାରେ ଏଣିକି ୫୦୦ଜାଗାରେ ୫୦ଜଣଙ୍କୁ ମିଳିବ ଅନୁମତି। ବାହାଘର ଓ ଶୁଦ୍ଧ କାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯବ। ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ପ୍ରବେଶ ପଥରେ ଯାଞ୍ଚ ହେବ। ଯଦି କୌଣସି ଅତିଥି ମାସ୍କ ପିନ୍ଧି ନ ଥିବେ ତାହେଲେ ଆୟୋଜକଙ୍କ ପକ୍ଷରୁ ତାଙ୍କୁ ମାସ୍କ ଯୋଗାଇ ଦିଆଯିବ। ନିୟମକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା ବେଶୀ ସଂକ୍ରମିତ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ନୂଆ କଟକଣା ମାର୍ଚ୍ଚ ୨୬ରୁ ଲାଗୁ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।


ନୂଆ ମାର୍ଗଦର୍ଶିକାରେ କୁହାଯାଇଛି ଯେ, କାର୍ଯ୍ୟକ୍ରମ ସ୍ଥଳରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବ। ସେହିପରି ଥର୍ମାଲ ସ୍କି୍ନିଂର ବ୍ୟବସ୍ଥା କରାଯିବ। ହାତଧୋଇବା ପାଇଁ ସାବୁନ ଓ ପାଣି ଏବଂ ସାନିଟାଇଜର ବ୍ୟବସ୍ଥା କରାଯିବା ବାଧ୍ୟତାମୂଳକ। କାର୍ଯ୍ୟକ୍ରମଗୁଡ଼ିକରେ କୋଭିଡ୍ ନିୟମ ପାଳନ ଜରୁରୀ। ସମେସ୍ତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା, ଥର୍ମାଲ ସ୍କାନିଂ କରାଯିବ ଏବଂ ସାନିଟାଇଜର ବ୍ୟବସ୍ଥା ରହିବ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଚିଠି ଲେଖିଛନ୍ତି। କୋଭିଡ୍‌ ନିୟମ ଉଲ୍ଲଙ୍ଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ୍-୨୦୦୫ ଓ ଅନ୍ୟ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବଭଳି କରୋନା ନିୟମକୁ ମାନି ସାମାଜିକ, ରାଜନୀତିକ, ଖେଳ, ସାଂସ୍କୃତିକ, ଶୈକ୍ଷିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ହୋଇପାରିବ। ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ କେରଳ ଭଳି ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

- Advertisement -


ନୂଆ ମାର୍ଗଦର୍ଶିକା ଜାରି ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିଥିଲେ। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏସ୍‌ଆରସି ପ୍ରଦୀପ ଜେନା ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ସବୁ ଜିଲ୍ଳାପାଳ,ଏସ୍‌ପିମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories