www.samajalive.in
Saturday, December 6, 2025
16.1 C
Bhubaneswar

ଭାରତରେ ୭ ଲକ୍ଷ ଟପିଲା କରୋନା, ୨୦ ହଜାର ଡେଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ସୋମବାର ୭ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୨୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୧୯ ହଜାର ୬୬୫କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିଛି। ଗୋଟିଏ ଦିନରେ ୪୬୭ ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ୨୦ ହଜାର ୧୬୦ ଜଣ ପ୍ରାଣ ହରାଇଛନ୍ତି। ଏବେ ଦେଶରେ ୨ ଲକ୍ଷ ୫୯ ହଜାର ୫୫୭ ରୋଗୀ ସକ୍ରିୟ ଥିବାବେଳେ ୪ ଲକ୍ଷ ୩୯ ହଜାର ୯୪୮ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

- Advertisement -

ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୧ ହଜାର ୯୮୭ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୯ ହଜାର ୨୬କୁ ବଢ଼ିଛି। ଦିଲ୍ଲୀରେ ୧ ଲକ୍ଷ ୮୨୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୧୧୫ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୧ ଲକ୍ଷ ୧୪ ହଜାର ୯୭୮ କରୋନା ସଂକ୍ରମିତ ଏବଂ ୧୫୭୧ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୬ ହଜାର ୮୫୮କୁ ବୃଦ୍ଧି, ୧୯୬୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୨୮ ହଜାର ୬୩୬ ସଂକ୍ରମିତ ଓ ୮୦୯ ମୃତ, ପଶ୍ଚିମବଙ୍ଗରେ ୨୨ ହଜାର ୯୮୭ ଆକ୍ରାନ୍ତ ଓ ୭୭୯ ମୃତ, ହରିୟାଣାରେ ୧୭ ହଜାର ୫୦୪ ଆକ୍ରାନ୍ତ ଏବଂ ୨୭୬ ମୃତ, ଆନ୍ଧ୍ରପ୍ରଦେଶରେ ୨୦ ହଜାର ୧୯ ଆକ୍ରାନ୍ତ ଏବଂ ୨୩୯ ମୃତ, ତେଲେଙ୍ଗାନାରେ ୨୫ ହଜାର ୭୩୩ ସଂକ୍ରମିତ ଓ ୩୦୬ ମୃତ, କର୍ଣ୍ଣାଟକରେ ୨୫ ହଜାର ୩୧୭ ଆକ୍ରାନ୍ତ ଓ ୪୦୨ ମୃତ, ରାଜସ୍ଥାନରେ ୨୦  ହଜାର ୬୮୮ ଆକ୍ରାନ୍ତ ଓ ୪୬୧ ମୃତ, ଜାମ୍ମୁ-କାଶ୍ମୀରରେ ୮୬୭୫ ସଂକ୍ରମିତ ଓ ୧୩୮ ମୃତ, ମଧ୍ୟପ୍ରଦେଶରେ ୧୫ ହଜାର ୨୮୪ ସଂକ୍ରମିତ ଓ ୬୧୭ ମୃତ, ବିହାରରେ ୧୨ ହଜାର ୧୪୦ ଆକ୍ରାନ୍ତ ଓ ୯୭ ମୃତ, ଆସାମରେ ୧୨ ହଜାର ୫୨୩ ଆକ୍ରାନ୍ତ ଓ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories