www.samajalive.in
Saturday, December 6, 2025
26.1 C
Bhubaneswar

ଦେଶରେ କରୋନା ଆରୋଗ୍ୟ ହାର ୮୯%, ମୃତ୍ୟୁହାର ବିଶ୍ୱରେ ସର୍ବନିମ୍ନ

ଦେଶରେ କରୋନା ଆରୋଗ୍ୟ ହାର ୮୯ ପ୍ରତିଶତ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ଭିତରେ ୭୯ ହଜାରରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୬୮ ଲକ୍ଷ ୭୪ ହଜାର ଅତିକ୍ରମ କରିଛି। ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୯.୨୯ ପ୍ରତିଶତ ରହିଛି। ବର୍ତ୍ତମାନ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୭ ଲକ୍ଷ ୧୫ ହଜାର ରହିଛି। ଗତ ୨୪ ଘଣ୍ଟା ଭିତରେ ୫୫ ହଜାର ୮୩୮ ଜଣ ନୂଆ ସଂକ୍ରମଣ ଚିହ୍ନଟ ହେବା ଫଳରେ ମୋଟ୍‍ ସଂକ୍ରମଣ ୭୭ ଲକ୍ଷ ପାର କରିଛି।

ମନ୍ତ୍ରଣାଳୟ କହିଛି, ଭାରତରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ବିଶ୍ୱରେ ସବୁଠୁ କମ୍‍ ରହିଛି। ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟକାରିତା ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଭାରତରେ କରୋନା ମୃତ୍ୟୁହାର ୧.୫୧ ପ୍ରତିଶତ ରହିଛି, ଯାହା ବିଶ୍ୱରେ ସର୍ବନିମ୍ନ।

- Advertisement -

ଗତ ୨୪ ଘଣ୍ଟା ଭିତରେ ୭୦୨ ଜଣଙ୍କର ମୃତ୍ୟୁ ଘଟିବାରୁ କୋବିଡ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬ରେ ପହଞ୍ଚିଛି।ଆଇସିଏମଆର ତଥ୍ୟ ଅନୁଯାୟୀ, କହିବା ଅନୁସାରେ ଗତ ୨୪ ଘଣ୍ଟା ଭିତରେ ୧୪ ଲକ୍ଷ ୬୯ ହଜାର ନମୁନା ପରୀକ୍ଷା କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ୯ କୋଟି ୮୬ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories